ଅନ୍ଵେଷା ପରିବାର ପକ୍ଷରୁ ସତାନବେତମ ମାସିକିଆ ମାଗଣା ହାଟ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପରିବାର ପକ୍ଷରୁ ସତାନବେ ତମ ମାସିକିଆ ମାଗଣା ହାଟ ବାସନ୍ତୀ ସରୋବର ନିକଟସ୍ଥ ସୁବାସ ବସ୍ତି ର ଆଦିବାସୀ ହରିଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳନ କରିଥିଲା! ଏହି କାର୍ଯ୍ୟକ୍ରମ କୁ ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିଲେ! ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନିମା ରାଏ ଯୋଗ ଦେଇ ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ! ବସ୍ତି ବାସୀ ନିଜ ସ୍ଵ ଇଛା ରେ ଘରୋଇ ଉପକରଣ,ଲୁଗାପଟା ନେବା ସହ ସେମାନଙ୍କୁ ଶୀତ ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଥିଲା! ଛୋଟ ପିଲାମାନଙ୍କୁ ଚକଲେଟ ଏବଂ ବିସ୍କୁଟ ଦିଆ ଯାଇଥିଲା! ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠାନ ର ଟ୍ରଷ୍ଟି ଚେୟାରମ୍ୟାନ ରାଜେନ୍ଦ୍ର ପଣ୍ଡା ଙ୍କ ତତ୍ୱାବଧାନ ରେ ହୋଇଥିଲା! ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ,କୋଷାଧକ୍ଷ ଦିବାକର ଦାସ, ନିତାଞ୍ଜଳି ପରିଡା ଏବଂ ରଞ୍ଜନ ସାହୁ ସାହାଯ୍ୟ କରିଥିଲେ.

ରିପୋର୍ଟ : ରଜତ ମହାପାତ୍ର