ସ୍ନାତକୋତ୍ତର ପରୀକ୍ଷାରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରି ସ୍ଵର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହେଲେ ବଡ଼ଚଣାର ଛାତ୍ରୀ ଲୋପାମୁଦ୍ରା

ବଡ଼ଚଣା(ସମୃଦ୍ଧଓଡିଶା)ଭୁବନେଶ୍ଵରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ପ୍ରକାଶିତ ବିଗତ ସ୍ନାତକୋତ୍ତର ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଂସ୍କୃତି ଶିକ୍ଷା ବିଭାଗରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ଶ୍ରେଷ୍ଠତା ପ୍ରତିପାଦନ ପୂର୍ବକ ଶୀର୍ଷ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଳକ ସିହା ଗ୍ରାମର ଛାତ୍ରୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ । ବିଶ୍ଵବିଦ୍ୟାଳୟର ଆସନ୍ତା ସମାବର୍ତ୍ତନ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ତାଙ୍କୁ ଏଥିପାଇଁ ସମ୍ମାନୀତ କରାଯିବ ବୋଲି ଜଣାପଡିଛି । ଚଣ୍ଡିଖୋଲ କୋର୍ଟରେ କାର୍ଯ୍ୟରତ ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ଏବଂ ଗୃହିଣୀ ପ୍ରିୟଦର୍ଶିନୀ ସାହୁଙ୍କ ଜ୍ୟେଷ୍ଠା କନ୍ୟା ଲୋପାମୁଦ୍ରା ଦଶମ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ଯାଏଁ ତାଙ୍କର ଶିକ୍ଷା ଯାତ୍ରାକୁ ବେଶ୍ ସଫଳତାର ସହ ବଜାୟ ରଖି ଆସିଛନ୍ତି । ନିଜର ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ସଂସ୍କୃତି ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ ଆଶିଷ କୁମାର ମହପାତ୍ରଙ୍କ ସମେତ ବିଭାଗର ସମସ୍ତ ଅଧ୍ୟାପକଙ୍କୁ ଲୋପାମୁଦ୍ରା କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର