ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ବ୍ରହ୍ମପୁର ଶାଖା ବୈଠକ

ବ୍ରହ୍ମପୁର (ସମୃଦ୍ଧଓଡିଶା) ଓଡିଶା ର ସ୍ୱାଭିମାନ, ସଂସ୍କୃତି, ପରମ୍ପରା , କୁଟୀର ଶିଳ୍ପ, ପର୍ଯ୍ୟଟନ ଇତ୍ୟାଦି କୁ ବିଶ୍ଵ ଦରବାରରେ ପହଞ୍ଚାଇବା ସହ , ଓଡ଼ିଆ ସଂଗଠନ ଗୁଡ଼ିକୁ ଏକାଠି କରି ମାଟି ମା ମାତୃଭାଷା ପ୍ରତି ପ୍ରେମ ସୃଷ୍ଟି କରିବା ସହ ଓଡ଼ିଶା ଓ ଓଡ଼ିଆ ଙ୍କ ସାମୁହିକ ବିକାଶ କରିବା ନେଇ କାର୍ଯ୍ୟ କରି ଆସୁଥିବା ନୂଆ ଦିଲ୍ଲୀ ସ୍ଥିତ ଅନ୍ତର୍ଜାତୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ର ବ୍ରହ୍ମପୁର ଶାଖା ବୈଠକ ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ ବ୍ୟାପକ କରାଯିବା ସହ ବ୍ଲକ କମିଟି ଜିଲ୍ଲା କମିଟି ଗଠନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ଵ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ କୁ ସଫଳ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତି କରାଯାଇ5ହିଲ। ସିମଞ୍ଚାଲ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ସଂଯୋଜୋକ ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରତିଷ୍ଠାନକୁ ମଜବୁତ କରିବା ସହ ନିଜ ନିଜ ଅଞ୍ଚଳରେ ମା, ମାଟି ଓ ମାତୃଭାଷା ପ୍ରତି ଜନ ସଚତେନତାସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ଶ୍ରୀମତୀ ଦେବୀପ୍ରଭା ରଥ , ପ୍ରଫୁଲ୍ଲ କୁମାର ପାତ୍ର, ଶ୍ରୀମତୀ ନମିତା ରାଉତ, ପ୍ରକାଶ ଵାଜନି, ହରିକୃଷ୍ଣ ମିଶ୍ର, ମହେନ୍ଦ୍ର ପାତ୍ର ମନୋଜ ସାହୁ, ବି ରାମାରାଓ ସୁବୁଦ୍ଧି, ଗୋପାଳ ପଟନାୟକ, ସୁଦିପ ସାହୁ, ଅନନ୍ତ ପ୍ରଧାନ,ସଞ୍ଜୟ ମାଝୀ, ଶ୍ରୀ ଇ ତେଜେଶ୍ଵର ରାଓ, ଡ୍ର ସୂଚନା ପାଢ଼ୀ , ଡ ଶ୍ରୀ ଧରେଶ୍ୱର୍ ପଣ୍ଡା ଓ ଡ ଶ୍ରୀମତୀ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶନି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।