ବ୍ରହ୍ମପୁରରେ ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପ୍ରଥମ ଥର ପାଇଁ ଓଡ଼ିଶାର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଛି ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ କମିଟି ବୈଠକ ତଥା ସମ୍ମିଳନୀ ବ୍ରହ୍ମପୁର ଆଇଟିଆଇ ଅଡି ଟରିୟମରେ ଶନିବାର ଉଦଘାଟିତ ହୋଇଯାଇଛି । ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀଙ୍କ ବଳିଷ୍ଠ ନେତୃତ୍ତ୍ୱ ଏବଂ ଅଧକ୍ଷତାରେ ଅନୁଷ୍ଠିତ ଏଭଳି ଉଚ୍ଚକୋଟୀର ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅତିଥି କଳାକାରଙ୍କୁ ସ୍ୱାଗତ କରିବା ସହ ଗଂଜାମ ଜିଲ୍ଲା କଳା ସଂସ୍କୃତିର ମାଟି ବୋଲି କହିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ମେୟର ସଂଘମିତ୍ରା ଦଳେଇ ,ରାଜ୍ୟକାଜୁ ନିଗମ ଅଧକ୍ଷ ସୁବାସ ମହାରଣା ,ବରିଷ୍ଠ ନାଟ୍ୟକାର ଡା.ତିରୁପତିସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରୟାସ କରିଥିବା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀଙ୍କୁ ପ୍ରଶଂସା କରି ସେବା ଓ ଅତିଥି ସତ୍କାରରେ ବ୍ରହ୍ମପୁର ବାସୀ ଶ୍ରେଷ୍ଠ ବୋଲି କହିଥିଲେ । ବ୍ରହ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ସହ ପାତ୍ରପୁର ଶିଶୁ ବିକାଶ ବିଭାଗର ଅଙ୍ଗନବାଡ଼ି କର୍ମୀଙ୍କ ଜବରଦସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତେ ନାଚିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ରାଜ୍ୟରୁ ଆସିଥିବା ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଏବଂ ରାଜ୍ୟମୁଖିଆଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ବ୍ରହ୍ମପୁର ସହରରର ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ରାଜ କିଶୋର ପାଢ଼ୀ,ନାଟ୍ୟକାର ରମେଶ ମହାରଣା,ମଂଚ ପ୍ରତି ସମର୍ପିତ ରଂଗକର୍ମୀ ଅଶୋକ କର,ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର ଏବଂ କୈଳାସ ପାଣିଗ୍ରାହୀ ଆଦି ପାଞ୍ଚ ଜଣଙ୍କୁ “ରାଷ୍ଟ୍ରୀୟ କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଅଧକ୍ଷ ଅଶୋକ ମେହେରା,ଉପାଧ୍ୟକ୍ଷ ମୋହମଦ ନିଜାମ, ରାଜେନ୍ଦ୍ର ପ୍ରସାଦ,ସୁନୀଲ ଦତ୍ତ ବିଶ୍ୱକର୍ମା, ଅଷ୍ଟଭୁଜା ମିଶ୍ର,ପ୍ରଦୀପ ବାଜପେଇ, ତନବୀର ଇମାମ, ଛବି ଦାସ,ସୁନୀଲ ରାଜ,ଆରତୀ ବିଶ୍ଵକର୍ମା,ସୁନୀଲ ଚୌହାନ, ରଜତ ସିଂ କଂବର,ପଦ୍ମା ସରକାର,ଅଶୋକ ଶର୍ମା, ଭୁପେନ୍ଦ୍ର ବର୍ମା,ରାମଚନ୍ଦ୍ର ସାସମଲ,ସୁନୀଲ ସ୍ୱାଇଁ,ସିଏଚ.ଦେବଦାସ,ସୁଶାନ୍ତ ପାଣିଗ୍ରାହୀ, ଟୁଟୁ ପାଢ଼ୀ,ବନ୍ଦନା,ରାନୁ,ପ୍ରଣତି ପ୍ରମୁଖଙ୍କ ସହ ଶତାଧିକ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ବ୍ରହ୍ମପୁର କଳାକାର ଏକତା ମଂଚର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ପୂର୍ବରୁ ବରିଷ୍ଠ ଗାୟକ ତଥା ସାମ୍ୱାଦିକ ସୁଦିପ କୁମାର୍ ସାହୁ ଭଜନ ଗାନ କରିଥିଲେ। କେ.କୃଷ୍ଣମୂର୍ତ୍ତି ବେଦପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା