ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଶୋଭାଯାତ୍ରା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଦେୟ ଦରବୃଦ୍ଧିର ପ୍ରତିବାଦ କରି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ କଂଗ୍ରେସ ଭବନରେ ରୁଣ୍ଢ ହୋଇଥିଲେ I ସେଠାରୁ ଅର୍ଥାତ ବିଜିପୁର କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଟି ପି ଏସ୍ ଓ ଡି ଏଲ୍ ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟାଳୟ କମାପଲ୍ଲୀ ଠାରେ ପହଞ୍ଚି ଥିଲେ ଓ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ସେଠାରେ ପୂର୍ବତନ ସାଂସଦ ନକୁଳ ନାୟକ, କଂଗ୍ରେସ ନେତା ଦିଗପହଣ୍ଡି ଏନ୍ ଏ ସି ରୁ ପ୍ରଫୁଲ ପଣ୍ଡା , ଛତ୍ରପୁରରୁ ଭାଗିରଥି ବେହେରା, ବନଜାପଣ୍ଡା, ଭକାଳି ସେଠୀ, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ବୃନ୍ଦାବନ ଖଟେଇ ପ୍ରମୁଖ ଉଦବୋଧନ ଦେଇ ଥିଲେ I ଏଣିକି ଆଗକୁ ଯେପରି ବିଦ୍ୟୁତ କାଟ ନ ହୁଏ ସେ କ୍ଷେତ୍ରରେ ସତର୍କ ରହିବାକୁ ତାଗିଦ କରିବା ସହ ଏହା ପୂନରାବୃତ୍ତି ହେଲେ ଜିଲ୍ଲାକଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇ ଥିଲେ । ଏହି ବିକ୍ଷୋଭରେ ଜିଲ୍ଳା କଂଗ୍ରେସର ସମସ୍ତ ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରି ଥିଲେ [ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ ]