ଇସ୍କୋନର ବାହୁଡ଼ା ଯାତ୍ରାରେ ଥଣ୍ଡା ପାନୀୟ ଓ ମିଷ୍ଟାନ ବଣ୍ଟନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପବିତ୍ର ବାହୁଡା଼ ଯାତ୍ରାରେ ଏକତା ଟ୍ରଷ୍ଟ ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗରେ ଶ୍ରଦ୍ଧାଳୁଙ୍କୁ ଆପ୍ୟାୟିତ କରିବା ନିମନ୍ତେ,ଏକ ହଜାରରୁ ଉର୍ଦ୍ଧ ଜଗନ୍ନାଥ ଭକ୍ତଙ୍କ ସମେତ କର୍ତ୍ତବ୍ୟ କରୁଥିବା ପୋଲିସ ବାହିନୀଙ୍କୁ ଥଣ୍ଡା ପାନୀୟ ଫଳ ରସ ଓ ଲଡ଼ୁ ଭୁବନେଶ୍ୱରସ୍ଥିତ ଡି ଏ ଭି ସ୍କୁଲ ନିକଟରେ ବଣ୍ଟନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନଙ୍କୁ ହିନ୍ଦୁ ସଂସ୍କୃତି, ଜଗନ୍ନାଥଙ୍କ ଇତିହାସ, ମହିଳାମାନଙ୍କ ଆତ୍ମ ସୁରକ୍ଷା ବିଷୟରେ ସାମୁହିକ ପ୍ରଶିକ୍ଷଣ ସହିତ ଜୟ ଜଗନ୍ନାଥ, ରାଧେ କୃଷ୍ଣ ଉଚ୍ଚାରଣ ଅଭ୍ୟାସ କରିବା ଲାଗି ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଥିଲା I ଏହି କାର୍ଯ୍ୟକ୍ରମର ମହତ ଉଦେଶ୍ୟ ଥିଲା ଆଧ୍ୟାତ୍ମିକ ଚେତନା ସହିତ ଦିନକୁ ଦିନ ବଢୁ ଥିବା ଅପରାଧକୁ ନିଅନ୍ତ୍ରଣ କରିବା ଲାଗି ପ୍ରୟାସ କରାଯାଇ ଥିଲା ଓ ଜନ ସାଧାରଣଙ୍କୁ ସଚେତନ କରାଗଲା l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଜିଲ୍ଲା ଉପ ସଭାପତି ତଥା ପ୍ରଶିକ୍ଷଣ ସେଲ ସଦ୍ୟସ ରାଜେନ୍ଦ୍ର ଦାସ, ବିଧାୟକ ପ୍ରାର୍ଥ ଜଗନ୍ନାଥ ପ୍ରଧାନ ବିଜେପି ପ୍ରଶିକ୍ଷଣ ଶିବିରର ଅଧକ୍ଷ ଶ୍ରୀ ରବି ମହାରଣା, ଉପାଧ୍ୟାକ୍ଷା ଇଂ ଦୀପ୍ତି ରେଖା ପଟ୍ଟନାୟକ, ତୁଳସୀ ବିଶୋଇ, ରଜନୀ ବlଳା ଦାସ, ସସ୍ମିତା ପରିଡା, ରଶ୍ମିତା ପଣ୍ଡା, ଦିବ୍ୟ ଭାରତୀ ଜେନା, ବିଶ୍ୱ ପ୍ରଭା ପୃଷ୍ଟି, ଅନିତା ପୋହି, ବବିତା ଜେନା, ଜୟ ଲକ୍ଷ୍ମୀ ମଲ୍ଲିକ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଟି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇ ଅଛି l

ରିପୋର୍ଟ : ରଜତ ମହାପାତ୍ର