ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ ଜଟିଳତା ମଧ୍ୟରେ ଗତି କରୁଥିବାରୁ ଏ ସବୁର ନିରାକରଣ ଲାଗି ୧୨ଦଫା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ ଆଜି ସ୍ଥାନୀୟ ଚୈତନ୍ୟ ସାହୁ ଛକରେ ବିକ୍ଷୋଭ ସହିତ ପାଳନ କରାଯାଇଛି । ସାମାଜିକ ଦୂରତା ମଧ୍ୟରେ ମହିଳାମାନେ ଏବେ କାମ ହରାଇଥିବା ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ୩ମାସ ଧରି କୌଣସି କାର୍ଯ୍ୟ ନଥିବା ବେଳେ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଥିବାରୁ ୬ମାସ ଲାଗି କେନ୍ଦ୍ର ସରକାର ରିଲିଫ ପ୍ୟାକେଜ ଦେବାକୁ ଦାବି କରିଛନ୍ତି । ଏହାସହ ବିନା ମୂଲ୍ୟରେ ରେସନକାର୍ଡରେ ୧୦କେଜି ଖାଦ୍ୟ ଶଷ୍ୟ ଦେବାକୁ ସେମାନେ ଦାବି ଜଣାଇଛନ୍ତି । ଆତିଶୀଘ୍ର ବିନାମୂଲ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଘର ବାହୁଡା କରାଇବା, ବର୍ଷକୁ ୨ଶହ ଦିନର କାମ ଓ ପ୍ରତିଦିନ ୩ଶହ ଟଙ୍କା ମଜୁରୀ ଦେବା, ମାଇକ୍ରୋର ଫାଇନାନ୍ସ ଋଣ ଆଦାୟ ବନ୍ଦ କରିବା ଇତ୍ୟାଦି ଦାବିରେ ସେମାନେ ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହିଳା ସମିତିର ରାଜ୍ୟ ନେତ୍ରୀ ତାପସୀ ପ୍ରହରାଜ, ମମି ପଣ୍ଡା, ରଂଜିତା ଦାସ, ମିନତୀ ବାରିକ, ସୁମିତ୍ରା ଦେ ପ୍ରମୁଖଙ୍କ ନେତୃତ୍ୱରେ ଏପରି ଏକ ପ୍ରତିବାଦ ଦିବସ ପାଳନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା