୨ଜଣ କର୍ମଚାରୀ ଅବସର ନେଉଥିବାରୁ ସରପଞ୍ଚଙ୍କ ଦ୍ଵାରା ସମ୍ମାନିତ…

ଜଳେଶ୍ଵର  (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଚୋରମରା ଗ୍ରାମ ପଞ୍ଚାୟତର ଦୁଇ ଜଣ କର୍ମଚାରୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସରପଞ୍ଚ ପରିତୋଷ କାମିଳା ସେମାନଙ୍କୁ ଉପଢ଼ୌକନ ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଛନ୍ତି । ଜୟଚଣ୍ଡି ହାଇସ୍କୁଲର ପିଅନ ମନୋରଞ୍ଜନ ପରିଡ଼ା ଗତ ତା-୧/୧୧/୧୯୯୬ରେ ନିଯୁକ୍ତି ପାଇ ଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ତା୩୧/୫/୨୦ରେ ଅବସର ଗ୍ରହଣ କଲେ ଏବଂ ଯୁଧିଷ୍ଠିର ସେଠି ଗତ ୧୯୯୬ ମସିହାରେ କେଶପୁରା ବ୍ରାଞ୍ଚ ପୋଷ୍ଟ ଅଫିସରେ ନିଯୁକ୍ତି ପାଇ ସୂଚାରୁ ରୂପେ କାର୍ଯ୍ୟ କରି ସେଠାରୁ ଚୋରମରା ପୋଷ୍ଟ ଅଫିସକୁ ବଦଳି ହୋଇ ସେଠାରେ ମଧ୍ୟ ସେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଗତ ତା-୩୦/୫/୨୦ରେ ଅବସର ଗ୍ରହଣ କରି ଥିବାରୁ ସରପଞ୍ଚ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ଓ ଦୁଇଜଣ କର୍ମଚାରୀ ଗ୍ରାମରେ ଭାଇଚାରା ସୃଷ୍ଟି କରି ଅବସର ନେଉଥିବାରୁ ଗ୍ରାମବାସୀ ଦୁଃଖ ପ୍ରକାଶ କରିଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା