ସୀମା ବିବାଦ ଯୋଗୁଁ ମନରେଗା ଯୋଜନା କାର୍ଯ୍ୟ ବନ୍ଦ : ସମାଧାନର ହାତ ବଢ଼ାଇଲେ କେତେଜଣ ଭଦ୍ରବ୍ୟକ୍ତି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ପାଇକସିଦା ଗ୍ରାମ ପଞ୍ଚାୟତର ଆଜି ପୂର୍ବାହ୍ନରେ ପଡ଼ି ରହିଥିବା କେଶପୁରା ପାଈକସିଦା ନଦୀକୁ ପୁନରୁଦ୍ଧାର କରି ମାଛଚାଷ କରିବାକୁ ପାଇକସିଦାର ଗ୍ରାମବାସୀ ମାନେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଖନନ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଚୋରମରା ଗ୍ରାମର ଅବନୀ ରାଉଳ, ବୁଲ ରାଉଳ, ଜୁଳ ରାଉଳ ସହିତ କେତେକ ବ୍ୟକ୍ତି ସୀମାରେ ଖୋଳା ହେଉଥିବା ସ୍ଥାନଟି ତାଙ୍କର ଦର୍ଶାଇ କାମକୁ ବନ୍ଦ କରିବାକୁ କହିବାରୁ ଏକ ପ୍ରକାର ଗଣ୍ଡଗୋଳ ଉପୁଜିବା ହେତୁ ସେଠାରେ ଚୋରମରାର ରମେଶ ଚନ୍ଦ୍ର ପରିଡ଼ା ଓ ପାଇକସିଦା ଗ୍ରାମର କାହ୍ନୁ ଚରଣ ମହାନ୍ତି, ଭାଗବତ ମାଝୀ, ବଳରାମ ସାହୁ, ରାଜୀବ କୁମାର ପରିଡ଼ା ଓ ଚନ୍ଦନ କୁମାର ପଢିଆରୀ ପ୍ରମୁଖ ଭଦ୍ରବ୍ୟକ୍ତି ଗଣ୍ଡଗୋଳ ସ୍ଥାନରେ ପହଞ୍ଚି ସମାଧାନ ପାଇଁ ଏକ ବୈଠକ ହେବ ବୋଲି କହିବାରୁ ସମସ୍ତେ ନୀରବ ହୋଇ ନଦୀର ଅପର ପଟରେ କାର୍ଯ୍ୟ କରାଯାଇଥିଲା ବୋଲି ଜଣାପଡିଛି ।  

ରିପୋର୍ଟ : ଭୂପତି କୁମାର ପରିଡା