ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ଭଳି ଘଟିସନ୍ଧି ମୁହୂର୍ତ୍ତରେ ସବୁଠି ରକ୍ତର ଅଭାବ ଦେଖାଦେଇଛି । ଫଳରେ ଗର୍ଭବତୀ ମହିଳାମାନଙ୍କ ସହ ବହୁ ରୋଗୀ ନାହିଁ ନଥିବା ଅସୁବିଧାର ସମୂର୍ଖନ ହେଉଛନ୍ତି । ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲା ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାରରେ ସାମାଜିକ ଦୂରତ୍ୱ ରକ୍ଷା କରି ଏହା ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ପ୍ରସାଦ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ଚାହିତ କରିଥିଲେ । ଏହି ରକ୍ତ ଦାନ ଶିବିର ରେ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ : ନିଲୁ ବିଷୋୟୀ