శ్రీ జగన్నాథ్ మహాప్రభుంకర దివ్య దర్శనం : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ

ଭକ୍ତଙ୍କ ଗହଣରେ କିଛି ଦିନ ଖସି ହସାଇ ଖେଳି ଖେଳାଇ ବିତାଇ ଦେବାକୁ ଆମ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଜୟ ଜଗନ୍ନାଥ ପୁରା ଉଚ୍ଛନ୍ନ।ଏଣୁ ଋକ୍ମିଣୀ ହରଣ ଏକାଦଶୀରେ ମହାପ୍ରଭୁ ବିବାହ କରିବା ପରେ ପରେ ବଡ଼ଦାଣ୍ଡରେ ଭକ୍ତଙ୍କୁ ଚକା ଆଖି ରେ ଆଖି ପୁରେଇ ଦେଖି ଦେବାକୁ ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠ ପୂର୍ଣ୍ଣିମା ରେ ସ୍ନାନ ମଣ୍ଡପରେ ଆସି ଉଭା ହୋଇ ୧୦୮ ଗରା ସୁଶୀତଳ ସୁବାସିତ ଜଳ ରେ ଭାଇ ଭଉଣୀ ଓ ସୁଦର୍ଶନ ସ୍ନାନ କରିବା ପରେ ଭକ୍ତ ଗଣପତି ଭଟ୍ଟ ଙ୍କ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗଜାନନ ବେଶ ରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଲେ ଓ ଜ୍ବରରେ ଆକ୍ରାନ୍ତ ହୋଇ ଆଉ ରତ୍ନବେଦୀ କୁ ନ ଯାଇ ଅଣସର ଘରେ ଦୀର୍ଘ ୧୪ ଦିନ ପଥି ପାଚନ ଚେର ମୂଳି ମହୌଷଧି ଖାଇ ଆଜି ଆଷାଢ ଅମାବାସ୍ୟା ତିଥିରେ ଉଭା ହୋଇଛନ୍ତି ଓ ଏହାକୁ ନବଯୌବନ ବେଶ, ନେତ୍ରୋତ୍ସବ ଓ ତା ସହ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମନର ଭକ୍ତିରେ ଭକ୍ତମାନେ କଳସ ଜଳରେ ପାଣି ସିଞ୍ଚନ କରି ନୂଆ ନଡ଼ିଆ ଝାଡୁରେ ମାର୍ଜନା କରୁଛନ୍ତି ଏଣୁ ଆଜି ମାର୍ଜଣା ଗୁଣ୍ଡିଚା କୁହାଯାଏ। ଶ୍ରୀଜୀଉଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ତିନି ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଗଲେ ଆସନ୍ତା କାଲି ଶ୍ରୀଗୁଣ୍ଡିଚା ଯାତ୍ରା ରେ କାଳିଆ ବଳିଆ ଭଗ୍ନୀ ସୁଭଦ୍ରା ଓ ସୁଦର୍ଶନ ଙ୍କୁ ନେଇ ଜନ୍ମ ବେଦୀକୁ ଯିବା ପାଇଁ। ଆଜିର ନବଯୌବନ ବେଶ ରେ ଭକ୍ତଙ୍କୁ ସକାଳୁ ସକାଳୁ ଦର୍ଶନ ଦେଇଛନ୍ତି।ପଟି ଦିଅଁ ମାନଙ୍କ ତାଟିକୁ ଆଜି ପାହାନ୍ତିଆ ରେ ବାହାର କରି ଦଶାବତାର ଠାକୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ନାରାୟଣ ବାସୁଦେବ ଓ ଭୁବନେଶ୍ବରୀ ଆଉ ଦର୍ଶନ ମିଳିବେ ନାହିଁ। ଯେହେତୁ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ହୋଇଛନ୍ତି ଅଣସର ପିଣ୍ଡି ଉପରେ। ସିଂହଦ୍ଵାର ଗୁମୁଟରେ ଉଭା ହୋଇଥିଲେ ପତିତପାବନ ବଦଳରେ ପଟି ନାରାୟଣ।ଆଜି ପ୍ରାତଃ କାଳ ରେ ନବ ଆଭା ଓ ନବ ଯୌବନ ନେଇ ପତିତପାବନ ଗୋସେଇଁ ଉଭା ହୋଇଛନ୍ତି।ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ” ନବଯୌବନ “* କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ । ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ । ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି ।ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ । ଆଷାଢ଼ ଶୁକ୍ଳ ପ୍ରତିପଦ ମହାପ୍ରଭୁଙ୍କ ନେତ୍ରୋତ୍ସବ ଏକ ଲୌକିକ ଲୀଳା-ଶାସ୍ତ୍ର ମତରେ ଶ୍ରୀଜିଉଙ୍କ ଚକ୍ଷୁ ଆମପରି ସାଧାରଣ ଚକ୍ଷୁ ନୁହେଁ, ତାହା ହେଉଛି ଅର୍ନ୍ତଚକ୍ଷୁ, ଉନ୍ମୀଳିତ ନହୋଇ ବି ରହିଥାଏ ଚିର ଜାଗ୍ରତ l ପାରମ୍ପରିକ ବିଧାନ ଅନୁସାରେ ଅଣସର ଚତୁର୍ଦ୍ଦଶୀ ଦିନ ଶ୍ରୀବିଗ୍ରହମାନଙ୍କୁ ବନକଲାଗି କରାଯାଏ l ସେତେବେଳକୁ ପ୍ରଭୁ ସୁସ୍ଥ ହୋଇ ଚକା ଉପରେ ଉପବେଶନ କରିଥାନ୍ତି। ସେହି ଆଷାଢ଼ ଅମାବାସ୍ୟା ରାତିରେ, ପଟିରେ ଆରୋପିତ ଦେବତାମାନଙ୍କୁ ମଧ୍ୟ ବିସର୍ଜନ ଦିଆଯାଏ I ତାହାପରେ, ଦଶାବତାର ଦେବତାଙ୍କ ମଧ୍ୟରୁ ଶ୍ରୀବଳଭଦ୍ରଙ୍କ ବାଡ଼ର ଦୋଳଗୋବିନ୍ଦ, ରାମ ଓ ନୃସିଂହ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ର କୃଷ୍ଣ ଓ ମଦନମୋହନଙ୍କୁ ଦକ୍ଷିଣ ଘରକୁ ନିଆଯାଏ l ଅବଶିଷ୍ଟ ପଞ୍ଚବିଗ୍ରହଙ୍କ ମଧ୍ୟରୁ ତିନି ପଟିଦିଅଁ- ବାସୁଦେବ (ଶ୍ରୀବଳଭଦ୍ର), ଭୁବନେଶ୍ୱରୀ (ଦେବୀ ସୁଭଦ୍ରା) ଓ ନାରାୟଣ (ଶ୍ରୀଜଗନ୍ନାଥ)ଙ୍କୁ ଦେବୀ ବିମଳାଙ୍କ ମନ୍ଦିର ନିକଟ ମଣ୍ଡଣି ଘରକୁ ନିଆଯାଏ l ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଏ l ଏହାପରେ ଖଟ ଉଠାଯାଏ ଓ ଅଣସର ତାଟି ଖୋଲାଯାଏ l ଏହା କୋଠସୁଆଁଶିଆ ସେବକ କରିଥାନ୍ତି l ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ବର୍ଣ୍ଣନା ଅଛି l କୁହାଯାଇଛି- ଅମାବାସ୍ୟା ଦିନ ରାତିରେ, ତିନିଘଡ଼ି ଗଲା ଉତ୍ତାରୁ, ଆଚାର୍ଯ୍ୟ ସ୍ନାନ ସାରି ପୂର୍ବରୁ ପଟରେ ଆରୋପିତ ଦେବତାଙ୍କୁ ବିସର୍ଜନ ଦେବେ l ତାହାପରେ ଖଟ ଉଠାଇଦେଇ, ତାଟି ଖୋଲାଯିବ। ଠାକୁରଙ୍କର ସମ୍ମୁଖ ଭାଗ ଧୌତ କରାହେବ l ତାହା ପରେ ଠାକୁରମାନଙ୍କ ସମ୍ମୁଖରେ ଦୁଇଟି ଛତ୍ର ଧରି, ଘଣ୍ଟ ଘଣ୍ଟା ଆଦି ଧ୍ୱନି ସହିତ ଗୀତ, ନୃତ୍ୟ ଓ ବାଦ୍ୟର ଆସର ହେବ l ଆଷାଢ଼ ଅମାବାସ୍ୟାର ଏହିସବୁ ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ ଏବଂ ସବୁ ନୀତି ସୁସଂପନ୍ନ ହେବାବେଳକୁ ରାତି ପ୍ରାୟ ଭୋର ହୋଇଯାଏ l ସେହି ଭୋର ସମୟରୁ ଆରମ୍ଭ ହୁଏ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ l ଏହା ଦୀର୍ଘ ୧୫ଦିନର ଅଣସର ବା ନବକଳେବର ବର୍ଷର ଦେଢ଼ମାସ ପରେ ସେମାନଙ୍କର ପ୍ରଥମ ଦର୍ଶନ l ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୋଇଥାଏ ଏହି ନବଯୌବନ ଦର୍ଶନ ପରେ l କାରଣ, ନବଯୌବନ ଦର୍ଶନ ପୂର୍ବରୁ, ଅଣସର ଚତୁର୍ଦ୍ଦଶୀ ଦିନ ଦତ୍ତମହାପାତ୍ର ସେବକ ଯେଉଁ ବନକଲାଗି ଓ ଶ୍ରୀମୁଖ ଶୃଙ୍ଗାର କରିଥାଆନ୍ତି, ସେଥିରେ ସେମାନଙ୍କର ନେତ୍ର ଅଙ୍କନ କରାଯାଇଥିଲେ ମଧ୍ୟ ନେତ୍ରପିତୁଳା ଉନ୍ମୋଚନ କରାହୋଇ ନଥାଏ l ପ୍ରତୀକାତ୍ମକ ଭାବରେ ଏହି ନେତ୍ର ପିତୁଳା ଉନ୍ମୋଚନ ସଂପନ୍ନ ହୋଇଥାଏ ପୂଜାପଣ୍ଡା ସେବକଙ୍କ ଦ୍ଵାରା l ଏହା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି l ଏ ସଂପର୍କରେ ସ୍ୱତ୍ଵଲିପିରେ ଥିବା ବର୍ଣ୍ଣନା ଅନୁସାରେ- ନବଯୌବନ ଦର୍ଶନ ପରେ, ଭିତର ପହଁରାଯାଇ ଚୂନପାଣି ପଡ଼େ l ତିନିଟି ରୂପା ପିଙ୍ଗଣରେ ଚନ୍ଦନ ଆସିଲେ ପତିମହାପାତ୍ର ସେବକ ତାହାକୁ ସଂସ୍କାର କରନ୍ତି ଏବଂ ତା’ପରେ ଦଇତାପତି ଚନ୍ଦନଲାଗି କରନ୍ତି l ତାହାପରେ ମଇଲମ (ବସ୍ତ୍ର ଉଲାଗି) ହୋଇ ତିନିଠାକୁର ନଅଖଣ୍ଡ ଓ ଶ୍ରୀସୁଦର୍ଶନ ଏକଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି l ଏହାପରେ ପତିମହାପାତ୍ର ସେବକ ଅକ୍ଷତ, କର୍ପୂର ଆଳତି, ସାତବତି, ସଞ୍ଜକାହାଳୀ ବନ୍ଦାପନା କରିବାପରେ, ତିନିବାଡ଼ର ତିନି ଦତ୍ତମହାପାତ୍ର ସେବକ ଆସି ତିନିଟି ରୂପା ବଟାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଳା ଯୋଗାନ୍ତି l ତାହାପରେ ତିନିବାଡ଼ର ତିନି ପୂଜାପଣ୍ଡା ସେବକ ତିନିଟି କାଠିରେ ସେମାନଙ୍କୁ ଶ୍ରୀନେତ୍ର ଲାଗି କରନ୍ତି l ଏହି ନୀତି ଗୋପନୀୟ ଭାବରେ ସଂପନ୍ନ ହେଲେ ମଧ୍ୟ ‘ନେତ୍ରୋତ୍ସବ’ ରୂପେ ପ୍ରସିଦ୍ଧ l ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ତେବେ କ’ଣ ଭକ୍ତ ଓ ସେବକମାନଙ୍କୁ ନବଯୌବନରେ ଦର୍ଶନ ଦେବାବେଳେ ଶ୍ରୀବିଗ୍ରହମାନେ ଚକ୍ଷୁସ୍ମାନ୍‌ ନଥାନ୍ତି? ଏ ପ୍ରସଙ୍ଗରେ ତାତ୍ପର୍ଯ୍ୟପୂର୍ଣ୍ଣ ସଂକେତ ମିଳେ ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରୁ l ସେଥିରେ ଉଲ୍ଲେଖ ଅଛି, ‘‘ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କର ନେତ୍ରପଦ୍ମରେ ଦୁଇଟି ନେତ୍ର ପ୍ରଦାନ କରିବେ l ଏହାକୁ ନେତ୍ରୋତ୍ସବ କୁହାଯାଏ l’’ ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ ନେତ୍ରୋତ୍ସବ ସାମଗ୍ରୀ ଆଣି ମହାପ୍ରଭୁଙ୍କ ନେତ୍ରକୁ ଚିତ୍ରଣ କରନ୍ତି l ନୀଳାଦ୍ରି ଗ୍ରନ୍ଥ ଅନୁସାରେ ଏହିସମୟରେ ନାନା ବାଦ୍ୟ ଧ୍ବନିରେ ପୂଜକମାନେ ‘ତଚ୍ଚକ୍ଷୁ’ ମନ୍ତ୍ରରେ ଠାକୁରମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରନ୍ତି l ତଚ୍ଚକ୍ଷୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର, ଯାହାର ଅର୍ଥ ‘‘ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ବରୂପ l ଏହି ନେତ୍ର ଦେବତାମାନଙ୍କର ହିତକାରୀ l ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ବାରା ଆମେ ଶହେ ବର୍ଷ ଦେଖିବା ପାଇଁ ସକ୍ଷମ ହେଉ l’’ ତେବେ ଏହି ଚକ୍ଷୁ ଉନ୍ମୋଚନ ବା ନେତ୍ର ଦାନ ଏକ ଲୌକିକ ଲୀଳା ମାତ୍ର l କାରଣ, ଶାସ୍ତ୍ର ମତରେ ତାଙ୍କର ଚକ୍ଷୁ ଆମପରି ସାଧାରଣ ଚକ୍ଷୁ ନୁହେଁ l ତାହା ହେଉଛି ଅନ୍ତର୍ଚକ୍ଷୁ l ତାହା ଲୌକିକ ଭାବରେ ଉନ୍ମୀଳିତ ନହୋଇଥିବାବେଳେ ବି ଚିର ଜାଗ୍ରତ ରହିଥାଏ ଏବଂ ସେ ସାକ୍ଷୀପୁରୁଷ ଭାବରେ ସଦାସର୍ବଦା ଏ ସମଗ୍ର ଜଗତକୁ ଅପଲକ ନୟନରେ ଚାହିଁ ରହିଥା’ନ୍ତି l ନୀତିକାନ୍ତି ଅନୁସାରେ ଏହି ନେତ୍ର ଉନ୍ମୀଲନ ପରେ ଶ୍ରୀଜିଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ମହାପ୍ରଭୁ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି l ଖଡିଲାଗି ଏବଂ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ବଳ ଦିଶୁଥିବାରୁ ଏହାକୁ ନବଯୌବନ ଦର୍ଶନ କୁହାଯାଏ l ଅଣସର ପିଣ୍ଡିରେ ମହାପ୍ରଭୁଙ୍କର ଏହି ଦର୍ଶନ ଅନୁଷ୍ଠିତ ହୋଇଥାଏ l ବର୍ଷକୁ ଏଗାର ମାସ ମହାପ୍ରଭୁ ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉ ଥିବାବେଳେ ଅଣସର ପିଣ୍ଡିରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦିଅନ୍ତି l

ବନକଲାଗି ନୀତି କାନ୍ତି

ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହୁଏ l ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପାଦିତ ହୁଏ l ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ରଙ୍ଗ ଏଥିପାଇଁ ବ୍ୟବହୃତ ହୋଇଥାଏ l ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ l ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ l ଦତ୍ତମାହାପାତ୍ର ସେବକମାନେ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି l ଏଥିପାଇଁ ଦତ୍ତମହାପାତ୍ର ସେବକମାନେ ଶୁଦ୍ଧପୂତ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି। ଏହି ନୀତି ସମୟରେ ପ୍ରାକୃତିକ ରଙ୍ଗରେ କସ୍ତୁରୀ ଓ କେଶର ମିଶିଥାଏ l କସ୍ତୁରୀ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଓ ମସୃଣ ରୁହେ l ରତ୍ନସିଂହାସନ ସମ୍ମୁଖରେ ଯେଉଁ ଭୋଗ ବଢ଼ାହୁଏ, ତା’ର ଗରମ ବାଷ୍ପ ଯୋଗୁ ଶ୍ରୀଜୀଉଙ୍କ ମୁଖମଣ୍ଡଳର ଉଜ୍ଜ୍ୱଳତା କମିଯାଏ l ଏଣୁ କସ୍ତୁରୀ ବ୍ୟବହାର କରାଯାଇ ଶ୍ରୀଜୀଉଙ୍କ ମୁଖମଣ୍ଡଳର ରଙ୍ଗ ଦୀର୍ଘସ୍ଥାୟୀ କରାଯାଏ। ଦତ୍ତମହାପାତ୍ରଙ୍କ ସହ ପାଳିଆ ଖୁଣ୍ଟିଆ, ପାଳିଆ ପୂଜାପଣ୍ଡା, ଗରାବଡୁ, ଚାଙ୍ଗଡା ମେକାପ, ମୁଦୁଲି ସେବକମାନେ ଶ୍ରୀଜୀଉଙ୍କ ଏହି ନୀତିରେ ସହାୟତା କରିଥାନ୍ତି। ନବଯୌବନ ଦର୍ଶନ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ନିଆଯାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇଥିବା ତିନି ଗୋଟି ରଥକୁ ରଥ ଖଳାରୁ ସିଂହ ଦ୍ବାର ସମ୍ମୁଖକୁ ଅଣାଯାଇଥାଏ l ଯାହା ପରେ ଆଷାଢ଼ ଦ୍ବାଦଶୀ ତିଥିରେ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ଯାତ୍ରା କରନ୍ତି ମହାପ୍ରଭୁ l କୁହାଯାଏ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଉତ୍ତମ ଗତି ପ୍ରାପ୍ତ କରନ୍ତି l ପବିତ୍ର ନବଯୌବନ ଦର୍ଶନ ଅବସରରେ ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ।ଆଜି ଆଷାଢ଼ର ଉଭା ଅମାବାସ୍ୟା ତିଥିରେ ମହାପ୍ରଭୁ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଜୟ ଜଗନ୍ନାଥ ମହାପ୍ରଭୁ ଙ୍କ ଅନବସର ଶେଷ ହୋଇଛି ଓ ପଟି ଦିଅଁ ଙ୍କ ଦର୍ଶନ ଶେଷ ହୋଇଛି।ଆଜି ନବଯୌବନ ବେଶ ରେ ସଜ୍ଜିତ ହୋଇ ପତିତପାବନ ଙ୍କୁ ଦର୍ଶନ କରିବା ର ଦୁର୍ଲ୍ଲଭ ସୁଯୋଗ ମିଳିଲା।

ଉପସ୍ଥାପନା : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଳା ଲୋକସମ୍ପର୍କ ଅଧିକାରୀ

ప్రాపంచిక లయ మాత్రమే ఎందుకంటే, గ్రంధాల ప్రకారం, అతని కన్ను మనలాంటి సాధారణ కన్ను కాదు, ఇది లోపలి కన్ను, ఇది లౌకికంగా బహిర్గతం కానప్పటికీ, అది ఎల్లప్పుడూ మెలకువగా ఉంటుంది మరియు సాక్షిగా, అది ఎల్లప్పుడూ చూస్తూ ఉంటుంది. ప్రపంచం మొత్తానికి అలుపెరగని చూపులతో.శ్రీజీకి ఆకలి తీరింది. స్నానం చేసిన తర్వాత మహాప్రభు మొదటిసారిగా రాజ నివాసాన్ని తీసుకుంటాడు.ఖాదిలాగి, బంకాలగి తర్వాత మహాప్రభువు విగ్రహం కొత్తగా కనిపిస్తుంది.దీన్నే నవయుబ దర్శనం అంటారు.ఈ మహాప్రభు దర్శనం జరుగుతుంది. అన్సార్ పిండి వద్ద.ఏడాదిలో పదకొండు నెలలపాటు రత్నాల సింహాసనంపై మహాప్రభు భక్తులకు దర్శనమిస్తాడు.ఎల్ రూపంలో దర్శనమిస్తాడు.

బంకలాగి విధానం

శ్రీజియుని కొమ్ము తర్వాత బంకానీతి నిర్వహిస్తారు.రెండవ వోగ్మండపం తర్వాత, ఈ విధానాన్ని మోహపాత్ర సేవాయత్ సవరించారు.దీనికి తెలుపు, నలుపు, ఎరుపు మరియు పసుపు అనే నాలుగు రంగులు ఉపయోగిస్తారు. హింగుల్ వంటి సాంప్రదాయ రంగులు ఉపయోగిస్తారు l ఈ రంగు వేరు చేయబడింది మరియు వెండి పళ్ళెంలో స్వచ్ఛంగా ఉంచి ఎనిమిది ముక్కలుగా చుట్టారు. ఈ సూత్రం సమయంలో, కస్తూరి మరియు జుట్టు యొక్క సహజ రంగు కలగలిసి ఉంటుంది.కస్తూరి కారణంగా, భగవంతుని ముఖం కాంతివంతంగా మరియు నునుపుగా ఉంటుంది.రత్నసింహాసన్ ముందు పెరుగుతున్న దాని వేడి ఆవిరి కారణంగా, శ్రీజియు యొక్క ముఖం యొక్క ప్రకాశం తగ్గుతుంది. ఈ విధానంలో దత్తమహాపాత్ర, పోలియా ఖుంటియా, పోలియ పూజపాండ, గారాబ్డు, చంగ్దా మేకప్‌తో పాటు ముదులి సేవకులు శ్రీజియుకు మద్దతుగా నిలిచారు. నయూబన్ దర్శనం రోజున భగవంతుని ఆజ్ఞను స్వీకరించి ప్రయాణానికి సిద్ధం చేసిన మూడు రథాలను రథాల నుండి సింహద్వారం వరకు తీసుకువస్తారు.అనంతరం ఆషాఢ ద్బాదశి తిథి నాడు స్వామి తన సోదర సోదరీమణులతో కలిసి సంచరిస్తాడు. శ్రీ ఖైల్పవన్ మహాప్రభువు దివ్య దర్శన సందర్భం.ఈరోజు ఆషాఢ ఉవా అమావాస్య తిథి నాడు మహాప్రభు కళాశ్రీముఖ్ ఓ కాలియా సన్యాసి జయ జగన్నాథ మహాప్రభువు అన్వేషణ ముగిసి పతి దయో దర్శనం ముగిసింది.ఈరోజు మనకు అరుదైన అవకాశం లభించింది. యువ వేషధారణలో ఖైల్పవన్ దర్శనం.

సమర్పణ: దామోదర్ పాధి, రిటైర్డ్ జిల్లా ప్రజాసంబంధాల అధికారి