୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଓଳିନ୍ଦା ଚନ୍ଦନ ପୋଖରୀ ପଡ଼ିଆରେ ୨୦୦ ବୃକ୍ଷରୋପଣ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗୋଟିଏ ବୃକ୍ଷ ଗୋଟିଏ ଜୀବନକୁ ଆଧାର କରି ଓ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଓଳିନ୍ଦା ଚନ୍ଦନ ପୋଖରୀ ପଡ଼ିଆରେ ଆଜି ପୂର୍ବାହ୍ନରେ ୨୦୦ ବୃକ୍ଷ ରୋପଣ କରାଯାଇଛି । ଏହି ଅବସର ରେ ମୂଖ୍ୟ ଅତିଥି ଭାବରେ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜପୁର ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା, ଓଳିନ୍ଦା ଗ୍ରାମର ଗ୍ରାମ୍ୟ ମୁଖ୍ୟ ସମର ବଲ୍ଲଭ ସାହୁ, ଶିକ୍ଷାବିତ ରବି ନାରାୟଣ ମିଶ୍ର, ପଞ୍ଚାୟତ ବିଜେଡି ସଭାପତି ଜ୍ୟୋତିର୍ମୟାନନ୍ଦ ପାଳ, ୱାର୍ଡ଼ ସଭ୍ୟ ଲକ୍ଷ୍ମୀନାରାୟଣ ମହାପାତ୍ର ଓ ଜଙ୍ଗଲ ବିଭାଗ ଅଧିକାରୀ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଏକ ସଭାର ଆହୋଜନ କରା ଯାଇଥିଲା । ଏହି ସଭାରେ ଗ୍ରାମ୍ୟ ମୁଖ୍ୟ ସମର ବଲ୍ଲଭ ସାହୁ ସଭାପତିତ୍ବ କରିଥିଲେ । ଅତିଥିମାନେ ଆଜିର ଦିନରେ ଅମ୍ଳଜାନର ଘୋର ଅଭାବକୁ ପୂରଣ କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗେଇବା ଆବଶ୍ୟକ ବୋଲି ବକ୍ତବ୍ୟରେ କହିଥିଲେ ଏବଂ ପରିବେଶକୁ ରକ୍ଷା କରିବା ପାଇଁ ଆମ୍ଭେ ସମସ୍ତେ ବହୁଳ ଭାବରେ ବୃକ୍ଷରୋପଣ କରିବା ଉଚିତ ବୋଲି ବିଧାୟକ ଶ୍ରୀଯୁକ୍ତ ପାତ୍ର ଗୁରୁତ୍ଵ ଦେଇ କହିଥିଲେ ।