ବିପଦର ବନ୍ଧୁ ପକ୍ଷରୁ ତ୍ରିନାଥଙ୍କୁ ଆର୍ଥିକ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଗଞ୍ଜାମ ପକ୍ଷରୁ କ୍ୟାନ୍ସର ପୀଡିତ ତ୍ରିନାଥ ପ୍ରଧାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିପଦର ବନ୍ଧୁ ସଦସ୍ୟ ତଥା ଶିକ୍ଷକ ଗୌରହରି ପଲେଇ, ପ୍ରସନ୍ନ କୁମାର ନାୟକ, ସ୍ଵେଚ୍ଛାସେବୀ ଜଗବନ୍ଧୁ ସାହୁ, ବନବାସ ପଲେଇ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସୂଚନା କ୍ରମେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଓ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରାଣୀପଡା ଗ୍ରାମର ତ୍ରିନାଥ ପ୍ରଧାନ, ବୟସ ୪୨ । ଘରେ ପତ୍ନୀ ରୁନୁ ଓ ୨ ଝିଅ ଶ୍ରଦ୍ଧା ଓ କୁନି । ତ୍ରିନାଥ ବର୍ତମାନ ଜିହ୍ଵା କର୍କଟ ରୋଗରେ ପୀଡିତ । ଶ୍ରଦ୍ଧାକୁ ୧୫ବର୍ଷ ହୋଇଥିବା ବେଳେ କୁନିକୁ ମାତ୍ର ୧୩ ଦିନ । ତ୍ରିନାଥଙ୍କ ପ୍ରଥମ ପତ୍ନୀ ରୁନୁ ଆରପାରିକୁ ଚାଲିଯିବା ପରେ ସେ ପୁଣି ଦ୍ଵିତୀୟ ପକ୍ଷରେ ରୁନୁଙ୍କୁ ବିବାହ କରିଥିଲେ । କିଛି ବର୍ଷ ପୂର୍ବେ ତ୍ରିନାଥଙ୍କ ପାଟିରେ କଷ୍ଟ ହେବା ପରେ ସେ ଚିକତ୍ସା ପାଇଁ ଯିବା ପରେ ତାଙ୍କ ଶରୀରରେ କର୍କଟ ରୋଗର ଲକ୍ଷଣ ମିଳିଥିଲା । ପରେ ପରେ ସେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲରେ ଚିକିତ୍ସିତ ହୋଇଥିଲେ । କିନ୍ତୁ ରୋଗ ଆଉ କମିନଥିଲା । ଏପରିକି ତାଙ୍କ ଜିଭ ଏତେ ବୃଦ୍ଧି ଘଟିଥିଲାଯେ ତାହା ଅସ୍ତ୍ରୋପଚାର କରିବା ସମ୍ଭବ ନଥିଲା କି ପାଖରେ ମଧ୍ୟ ଅର୍ଥ ନାହିଁ । ବର୍ତମାନସୁଦ୍ଧା ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଧାର କରଜ ସହ ନିଜର ସମ୍ବଳ ଥିବା ଜମି ଖଣ୍ଡିକ ମଧ୍ୟ ସେ ବିକ୍ରି କରିସାରିଛନ୍ତି । ତାଙ୍କ ଜିଭର ଆକାର ଏତେ ବଢ଼ିଗଲାଣି ଯେ ଆଉ ଖାଇବା ମଧ୍ୟ ସମ୍ଭବ ହୋଇପାରିନୁ । ଘରେ ବଡ ଝିଅ ଗୁମୁରି ଗୁମୁରି କାନ୍ଦୁଛି ଓ କହୁଛି ବାପାଙ୍କୁ ବଞ୍ଚେଇ ଦିଅ । ସେପଟେ ପତ୍ନୀ ରୁନୁ ଧର୍ଯ୍ୟହରା ହୋଇସାରିଲେଣି । ପାଖରେ ଖାଇବା ପାଇଁ ଟଙ୍କା ଟିଏ ବି ନାହିଁ । ଆଉ ମେଡିକାଲ୍ ଯାଇପାରିବେନି ବୋଲି ତ୍ରିନାଥ କୋହ ଭରା କଣ୍ଠରେ କହିବା ସହ ଜୀବନ ପାଇଁ ସମସ୍ତଙ୍କୁ ଭିକ୍ଷା ମାଗିଛନ୍ତି । ଏପରିକି ପ୍ରଶାସନ ହେଉ କି କୌଣସି ସ୍ଵେଚ୍ଛାସେବୀ ସଂଗଠନ ହେଉ ଏହି ଦୁର୍ଦ୍ଦିନରେ ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସେ ଓ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି । ଖଲ୍ଲିକୋଟ ତହସିଲଦାର ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବାର ମଧ୍ୟ ସୂଚନା ମିଳିଛି । ଯେଉଁ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନେ ସହାୟତା ପ୍ରଦାନ କରିବା ପାଇଁ ଚାହୁଁଛନ୍ତି ନିମ୍ନଲିଖିତ ମୋବାଇଲ ନମ୍ବରରେ ଯୋଗଯୋଗ କରିବା ସହ ବ୍ୟାଙ୍କ୍ ଆକାଉ ନମ୍ବରରେ ସହାୟତା ପ୍ରଦାନ କରିପାରିବେ ବୋଲି କୁହାଯାଇଛି । Indian bank, kanchana branch, Sradhanjali Pradhan, Ifsc code – iDBi 000k 257, A/c no-6452386495, ମୋବାଇଲ ନମ୍ବର – 7326822068 ।