୭୧ତମ ସ୍କାଉଟ ଦିବସ ପାଳନ କଲା ସରକାରୀ ବୃନ୍ଦାବନ ବିଦ୍ୟାଳୟ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପକ୍ଷରୁ ୭୧ତମ ସ୍କାଉଟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସ୍କାଉଟ ଶିକ୍ଷକ ଲାଲମୋହନ ସାହୁ ଓ କ୍ୟାପଟେନ୍ ଗାଇଡ ଭାରତୀ ଚୌଧୁରୀ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ହିଞ୍ଜିଳିକାଟୁ ସହର ପରିକ୍ରମା କରିଥିଲେ । ଏହି ଅବସରରେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଵିଦ୍ୟାଳୟ ପରିଷଦରୁ ବାହାରି ଛାତ୍ରଛାତ୍ରୀମାନେ ଫ୍ଳା କାର୍ଡ, ବ୍ୟାନେର ଓ ଲିଫଲେଟ ଧରି ପ୍ଲାଷ୍ଟିକ ମୁକ୍ତ ସହର ଓ ପଲିଥିନ୍ ବ୍ୟବହାର ନ କରିବା ଏବଂ ଫିଟ ଇଣ୍ଡିଆ ଓ ସାଲାମ ଇଣ୍ଡିଆ ନାରା ଦେବା ସହ ସ୍ୱଚ୍ଛ ପରିବେଶ, ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ନ କରିବାକୁ ସ୍ଲୋଗାନ ଦେଇ ପାଟଣା ସାହି, କଲେଜ ରୋଡ, ବସଷ୍ଟାଣ୍ଡ ଦେଇ ଵିଜୁ ପଟ୍ଟନାୟକ ଛକ, ପରିଵା ଵଜାର ଦେଇ ଏକ ଜନସଚେତନତା ରାଲି କରି ଵିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ବିଦ୍ୟାଳୟରେ ଏକ ତାଲିମ ଶିବିର ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ରଛାତ୍ରୀଙ୍କ ସମେତ ମଧୁସୂଦନ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।