୬୭ ବର୍ଷର ଜଳେଶ୍ୱର କାର୍ଯ୍ୟାଳୟ-ରାଜସ୍ୱ ସଚିବଙ୍କ ହସ୍ତକ୍ଷେପ : ନିର୍ମାଣ ଲାଗି ୧କୋଟି ୫୪ ଲକ୍ଷ ମଞ୍ଜୁର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରକୁ କେନ୍ଦ୍ର କରି ୧୯୫୪ ମସିହାରେ ଜଳେଶ୍ୱର ତହସିଲ ଗଢି ଉଠିଥିଲା । ୬୭ ବର୍ଷ ଅତିକ୍ରାନ୍ତ ହେଲେ ମଧ୍ୟ ଏହି ଆଜେ୍‌ବେଷ୍ଟ ଛାଉଣି ଗୃହ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏଥିଲାଗି ବିଧାୟକ ରାଜସ୍ୱ ସଚୀବ ଓ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିବାରୁ ୧ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାଧିନତା ପରେ ରାଜସ୍ୱ ବିଭାଗ ସଂପର୍କୀୟ ତଥ୍ୟ ଜିଲାପାଳ ପାଇବାଲାଗି ତହସିଲ ଗୁଡିକ ଗଠନ କରାଯାଇଥିଲା । ବାଲେଶ୍ୱର ଜିଲାରେ ଜଳେଶ୍ୱର ଅନ୍ୟ ଏକ ପୁରାତନ ତହସିଲ । ସେତେବେଳେ ପକ୍କା କାନ୍ଥ ହୋଇଥିଲେ ମଧ୍ୟ ଆଜ୍‌ବେଷ୍ଟ ଛାଉଣୀ କରାଯାଇଥିଲା । ଇତିମଧ୍ୟାରେ ବହୁ ପ୍ରାକୃତିକ ଦୁର୍ବିପାକ ଘଟିଥିଲେ ମଧ୍ୟ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିଛି । ଆଜବେଷ୍ଟ ଛପର ଗୁଡିକ ଭାଂଗି ଯାଇଥିବା ବେଳେ ବିଭିନ୍ନ ସମୟରେ ସାପ ଦେଖା ଦେଉଛି । ଗଦା ହୋଇ ରହିଥିବା ନଥିପତ୍ର ଓ ରେକର୍ଡସ୍ ଗୁଡିକ ଖୋଜି ବାହାର କରିବାରେ କଷ୍ଟସାଧ୍ୟ ହେଉଛି । ଗତ ଫନି ବାତ୍ୟା ବେଳେ କାର୍ଯ୍ୟାଳୟର ବହୁସ୍ଥାନରୁ ଆଜବେଷ୍ଟ ଭାଂଗି ଗଲା ପରେ ବିଭାଗ ପକ୍ଷରୁ ନୂତନ କାର୍ଯ୍ୟାଳୟ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖା ଯାଇଥିଲା । ନେତୃସ୍ଥାନୀୟ ନିର୍ବାଚୀତ ପ୍ରତିନିଧିମାନେ ଅତିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ଜଳେଶ୍ୱର ବିଧାୟକ ଏଥିନେଇ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସବିଶେଷ ତଥ୍ୟ ଦେଇଥିବାରୁ ଏବେ ୧ କୋଟି ୫୪ ଲକ୍ଷ ଟଙ୍କା ମଂଜୁର ହାଇଥିବା ଜଣାଯାଇଛି । ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାର ତହସିଲଦାର ଶଂକର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା