ବିଦ୍ୟାଳୟ ହତାରେ ଓଡିଆ ଭାଷା ସାହିତ୍ୟର ୫ ମହାମନିଷୀଙ୍କ ମୂର୍ତ୍ତିୀ : ପ୍ରତିବିଦ୍ୟାଳୟ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ଭାଷା ସାହିତ୍ୟ ପ୍ରତି ଶିଶୁ ମାନଙ୍କର ଅଧିକ ଆକର୍ଷଣ ଏବଂ ଉପାନ୍ତ ଅଂଚଳରେ ଓଡିଆ ପ୍ରିତୀ ଲାଗି ପ୍ରତିବିଦ୍ୟାଳୟ ହତାରେ ଓଡିଆ ଭାଷା ସାହିତ୍ୟର ମହାମନିଷୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଲାଗି ଦାବି ହୋଇଛି । ଫଳରେ ଉତ୍ତର ପିଢିଙ୍କର ଭାଷା ସାହିତ୍ୟପ୍ରତି ଅନୁରାଗ ଜାତ ହେବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ଏ ସମ୍ପର୍କରେ ଭାଷା-ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୀନକୃଷ୍ଣଙ୍କ ଜନ୍ମପୀଠ ଜଳେଶ୍ୱର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀକୂଳ ଖୁଦିଆମାଝୀସାହି ପଞ୍ଚାୟତର ମୁଣୁତୁଣିଆ ଗାଁରେ ଗଢି ଉଠିଛି ଭକ୍ତକବି ଦୀନକୃଷ୍ଣଙ୍କ ପୀଠ । ଗାଁ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ, ମଇ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ୩ଟି ବିଦ୍ୟାଂଳୟର ମିଶ୍ରଣ ଅଦ୍ୟାବଧି ହୋଇ ପାରିନାହିଁ । କିନ୍ତୁ ଗ୍ରାମବାସୀ ଓ ସେ ଅଂଚଳର ଶିକ୍ଷିତ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ଓଡିଆ ଭାଷା ସାହିତ୍ୟର ମହାମନିଷୀଙ୍କ ପ୍ରତିମୂତ୍ତିୀ ସହିତ ଜାତୀର ପିତା ବାପୁଜିଙ୍କ ପ୍ରତିମୂର୍ତ୍ତୀ ଗଢି ଉଠିଛି । ସେଠାରେ ମହାତ୍ମା ଗାନ୍ଧି, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବଂଧୁ ଦାସ ଓ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତୀ ଏକ ସ୍ଥାନରେ ରହିଛି । ବିଶେଷ ଦିନ ଗୁଡିକରେ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହିତ ମହାମନିଷୀମାନଙ୍କ କୃତିତ୍ୱ ସଂପର୍କରେ ବର୍ଣ୍ଣନା କରାଯାଇଥାଏ । ପ୍ରତିଦିନ ମହାମନୀଷଙ୍କ ପ୍ରତିମୂର୍ତ୍ତୀ ତଳେ ପୂଷ୍ପାର୍ଘ୍ୟ ଅର୍ପଣ କରାଯାଇଥାଏ । ଏହିପରି ପ୍ରତ୍ୟେକ ବିଦ୍ୟାଳୟରେ ଓଡିଆ ଭାଷା ସାହିତ୍ୟର ମହାମନିଷୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଲାଗି ଦୀନକୃଷ୍ଣ ସ୍ମୃତିପରିଷଦର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ, ଜଳେଶ୍ୱରର ସର୍ବପ୍ରଥମ ଡକ୍ଟେରଟ ପାଇଥିବା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ବୁଦ୍ଧେଶ୍ୱର ପତି, ରାଇବଣିଆ ଦୁର୍ଗ ଗବେଷକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ପାତ୍ର, ଓଷ୍ଟାର ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ଅକ୍ଷୟ କୁମାର ମିଶ୍ର, ପୂର୍ବତନ ମଧ୍ୟୋଚ୍ଚ ରାଜ୍ୟ ପୂର୍ବତନ ଉପସଭାପତି ଖଗେନ୍ଦ୍ର ନାଥ ସାହୁ, ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁଭୂଷଣ ମହାନ୍ତିଙ୍କ ସହିତ ବହୁ ଶିକ୍ଷାବିତ୍ ଦାବି ଜଣାଇବା ସହିତ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା