୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା କାର ଦୁର୍ଘଟଣା ଗ୍ରସ୍ତ : ୧ ମୃତ ୧ ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରବିବାର ଅପରାହ୍ନରେ ଡବ୍ଲୁବି୦୮ଇ୦୮୮୮ ଏକ କାର୍‌ରେ ୨ଜଣ ବ୍ୟକ୍ତି ହାଓଡାରୁ ଯାଜପୁରସ୍ଥିତ ଟାଟା ଷ୍ଟିଲ କାରଖାନାକୁ ଯାଉଥିଲେ । ଏହି କାର୍‌କୁ ଟାଟା ଷ୍ଟିଲର ଜଣେ ମ୍ୟାନେଜର ଶିବାନୀ ଚୌଧୁରୀ ଚଳାଉଥିବା ଜଣାଯାଇଛି । କାର୍‌ଟି ଦ୍ରୁତ ବେଗରେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ୬୦ନଂ ଜାତୀୟ ରାଜପଥର ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଶିବାନୀ ହୋଟେଲ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ବାଡେଇ ଯାଇଥିଲା । ଫଳରେ କାର୍‌ଟି ୩/୪ ପଲଟି ହେବା ପରେ ରାସ୍ତାକଡରେ ଛିଡା ହୋଇଥିବା ଅନ୍ୟଏକ ଟ୍ରକ୍‌ରେ ଲାଖି ରହିଯାଇଥିଲା । ସେଥିରେ ବସିଥିବା ଅମିତ୍ ନାମକ ପୁରୁଷ ଲୋକର ମୁଣ୍ଡ ଛେଚି ଯାଇଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଓ ପୁଲିସ୍ ୨ଜଣକୁ ଜିକେ ଭଟ୍ଟର ହସ୍‌ପିଟାଲକୁ ଆଣିଥିବା ବେଳେ ଶିବାନୀ ଚୌଧୁରୀ ଗୁରୁତର ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଶିବାନୀ ଚୌଧୁରୀଙ୍କ ଘର ବିହାର ଅଂଚଳର ହୋଇଥିବା ବେଳେ ଅମିତ୍‌ଙ୍କ ଘର ହାଓଡା ଜିଲାର ସିଜୁଆ ଗାଁର ବୋଲି ପୁଲିସ୍ ସୂତ୍ରରୁ ଜଣାଯାଇଛି । ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ତାଙ୍କର କେହି ସମ୍ପର୍କୀୟ ପହଞ୍ଚିନଥିବା ଜଣାଯାଇଛି ।