କେନ୍ଦ୍ରମନ୍ତ୍ରୀ ଓ ବିଜେପି ଦଳର ବନ୍ୟାଞ୍ଚଳ ପରିଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଶନିବାର ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୁବର୍ଣ୍ଣରେଖା ବନ୍ୟାପରେ ଯନ୍ତ୍ର ଚାଳିତ ନୌକାରେ ଆସି ବାଇଗଣ ବାଡିଆ ଓ ଝାଡପିମ୍ପଳ ପଂଚାୟତ ନିକଟରେ ପହଞ୍ଚି ଉପସ୍ଥିତ ସରକାରୀ କର୍ମଚାରୀଙ୍କ ସହ ବନ୍ୟାର ସମୀକ୍ଷା ଓ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଡିଓ ଦୀପ୍ତିରଂଜନ ସେଠୀ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ଜଳସେଚନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଗସ୍ତପରେ ବିଜେପିର ଏକ ଟିମ୍ ବନ୍ୟା ପ୍ଳାବିତ ଞ୍ଚଳ ଖୁଲୁଡା, ବର୍ତ୍ତନା, ବଡ କସିଦା, ସାନ କସିଦା, ପଶ୍ଚିମବାର୍ଡ, ଝାଡପିମ୍ପଳ ଅଂଚଳ ବୁଲି ଦେଖିଥିଲେ । ସର୍ବଶ୍ରୀ ଜିଲା ମହାିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ସୁମତୀ ଦେ, ରାଷ୍ଟ୍ରିୟ ପରିଷଦ ସଭ୍ୟ ସମୀର ପାତ୍ର, ଶିଦ୍ଧାର୍ଥ ପାଳ, ପ୍ରତାପ ସେନାପତି, ତପନ ବିଶ୍ୱାଳ, ସାଧବ ପ୍ରଧାନ, ଜ୍ୟୋତିବ୍ରହ୍ମ ଦେ ପ୍ରମୁଖ ଗ୍ରାମାଂଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ଓ ଖରିଫ ଓ ପରିବା ଛାର କ୍ଷତି ବୁଲି ଦେଖିଥିଲେ ।