୬୦ନଂ ଜାତୀୟ ରାଜପଥ ତଳକୁ ଗଡିଲା କେମିକାଲ ବୋଝେଇ ଟ୍ୟାଙ୍କର…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଲକତାରୁ ବାଲେଶ୍ୱର ଯାଉଥିବା ଡବ୍ଲୁବି୨୩ଏଫ ୩୫୩୭ କେମିକାଲ ବୋଝେଇ ଏକ ଟ୍ୟାଙ୍କର ଟୋଲ ପ୍ଲାଜାର ଅନତୀ ଦୂରରେ ନୟନଯୋରୀକୁ ଗଡିଯାଇଥିଲା । ଡ୍ରାଇଭରର ବେପାରୁଆ ଗାଡି ଚାଳନାଯୋଗୁଁ ଶନିବାର ଏହି ଟ୍ୟାଙ୍କରଟି ନୟନଯୋରୀକୁ ଗଡିଗଲାପରେ ଏଥିରେ ଥିବା କର୍ମଚାରୀ ଆହତ ହୋଇ ଜିକେଭଟ୍ଟର ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଟ୍ୟାଙ୍କରରେ ବିଶାକ୍ତ କେମିକାଲ ଥିବାର ଅନୁମାନ କରି ସ୍ଥାନୀୟ ଅଂଚଳରେ କୋକୂଆଭୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପୋଲିସ୍ ଟ୍ୟାଙ୍କରକୁ ଜଗିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଏହି ଉପାନ୍ତ ଅଂଚଳରୁ ବିଭିନ୍ନ ସମୟରେ ଟ୍ୟାଙ୍କର ଗୁଡିକୁ କେତେକ ଦୁବୃର୍ତ୍ତ ଅପହରଣ କରି ନେଇ ଯାଉଥିବାର ବହୁ ଅଭିଯୋଗ ଓ ଘଟଣା ରହିଛି ।

ରିପୋର୍ଟ : ଭୂପତି ପରିଡା