୬୦ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଜାଇଲୋ : ୪ ମୃତ, ୨ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ପଶ୍ଚିମବଂଗର ଦାନ୍ତୁନଥାନା ଅନ୍ତର୍ଗତ ମନୋହରପୁର ନିକଟରେ ଆଜି ସୋମବାର ଅପରାହ୍ନରେ କୋଲକତାରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ ଜାଇଲୋ କାର୍ ରାସ୍ତାରେ ସଡକ ପାରିହେଉଥିବା ଗାଈକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଡ୍ରାଇଭର ସମେତ ୪ଜଣ ଯୁବକଙ୍କ ସୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସମଗ୍ର ଦେଶରେ ରେଳ ସେବା ବନ୍ଦ ଥିବାରୁ କେଳକତାରୁ ଖଇରା ଅଂଚଳର କେତେକ ଯୁବକ ଏକ ଜାଇଲୋ ଡବ୍ଲୁବି-୦୬-ଇ-୨୨୪୧ ଭଡାକରି ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ । ମାତ୍ର ଡ୍ରାଇଭର ଅସାବଧାନତା ଯୋଗୁଁ ଦ୍ରୁତଗତିରେ ଆସୁଥିବା ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁୂ ଘଟିଛି । ଦାନ୍ତୁନ ପୁଲିସ୍ ଅନ୍ୟ ୨ଜଣ ଗୁରୁତରଙ୍କୁ ମେଦିନୀପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାପାଇଁ ପଠାଇଥିବାବେଳେ ଗାଡିକୁ ଜବତ୍ କରି ତଦନ୍ତ ଚଳାଇଛି । ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ ।

ରିପୋର୍ଟ : ଭୂପତି କୁମାର ପରିଡା