ଟାଟା ଏସ୍‌ସି-ବାଇକ୍ ମୁହଁମୁହିଁ ଧକ୍କା : ୧ ମୃତ, ୧ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ପୁରୁଣା ଓଟି ରୋର୍ଡର ଅନୁକୂଳ ମନ୍ଦିର ସମ୍ମୁଖ ରାସ୍ତାରେ ରବିବାର ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । ଶାନ୍ତିଆ ଗ୍ରାମର ଶିବନାଥ ବିନ୍ଧାଣୀ(୨୩) ଓ ତାର ସାନଭାଇ ବିଶ୍ୱନାଥ ବିନ୍ଧାଣୀ(୧୬) ଦାନ୍ତୁନ ଥାନା ଅନ୍ତର୍ଗତ ସୋନାକଣିଆରୁ କୁକୁଡା ଧରି ବାଇକ୍‌ରେ ଫେରୁଥିବା ବେଳେ ଜଳେଶ୍ୱରରୁ ପଶ୍ଚିମବଂଗ ଯାଇଥିବା ଏକ ଟାଟା ଏସି ଗାଡି ନଂ ଡବ୍ଲଊୁବି ୩୩ଇ୪୭୩୭ ସହିତ ମୁହାଁମୁଁହି ଧକ୍କା ହେବା ଫଳରେ ସଂଜ୍ଞାହୀନ ଦୁଇ ଭାଇଙ୍କୁ ଜିକେଭଟ୍ଟର ହସ୍‌ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ତାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ଗଲାବେଳେ ବଡଭାଇ ଶିବନାଥ ବିନ୍ଧାଣୀର ମୃତ୍ୟୁ ଘଟିଥିଲା । ଆଜି ତାର ଶବ ବସ୍ତା ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇଥିବା ବେଳେ ସାନଭାଇ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାଧିନ ରହିଛି । ସବ୍ ଇନିସ୍‌ପେକ୍ଟର ନଗରଦୀପ ସେଠୀ ଡ୍ରାଇଭର ଓ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା