୬୦ନଂ ଜାତୀୟ ରାଜପଥରେ ଛିନ୍ତାଇ ବେଳେ ଦୁର୍ଘଟଣା : ୨ ଗିରଫ, ୧ ଫେରାର୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥଠାରୁ ବାଲେଶ୍ୱରର ନହରପାଟଣା ମଧ୍ୟରେ ପର୍ଯ୍ୟୟକ୍ରମେ ଛିନ୍ତାଇ କରି ଆସୁଥିବା କେତେକ ଯୁବକଙ୍କ ମଧ୍ୟରୁ ୨ଜଣଙ୍କୁ ଗତ ମଙ୍ଗଳବାର ଦିନ ଗିରଫ କରିବାରେ ଜଳେଶ୍ୱର ପୋଲିସ୍ ସଫଳ ହୋଇଛି । ଘଟଣାରୁ ପ୍ରକାଶ, ସୋମବାର ଅପରାହ୍ନରେ ନୀଳଗିରି ଅଂଚଳରୁ କମର୍ଦ୍ଦାଥାନା ମହାଗବ ଗାଁର ସଂସ୍କୃତ ଶିକ୍ଷକ ଲୋକନାଥ ପଣ୍ଡିତ ଓଡି୦୧ଏସ୍୩୨୩୪ରେ ଫେରୁଥିବା ବେଳେ ଚାଲନ୍ତି ନିକଟରେ ଏକ କଳା ପଲ୍ସର ଓଡି୦୧ଏଏ-୯୩୭୫ ସେମାନଙ୍କୁ ପିଛା କରି ଚାଲନ୍ତି ନିକଟରେ ଅତର୍କିତ ଆକ୍ରମଣ କରିଥିଲା । କିନ୍ତୁ ୨ଟି ଗାଡି ଭାରସାମ୍ୟ ହରାଇ ତଳେ ପଡିଯିବାରୁ ସୁରେନ୍ଦ୍ର ପଣ୍ଡିତ, ତାଙ୍କ ସ୍ତ୍ରୀ ତିଳୋତ୍ତମା ଓ ପୁଅ ବିଶ୍ୱଜିତ୍ ପଡିଯାଇ ଆହତ ହୋଇଥିଲେ । ନିକଟସ୍ଥ ଦୋକାନି ଓ ବାଟୋଇମାନେ ଦୁର୍ଘଟଣାସ୍ଥଳକୁ ଦୌଡି ଆସି ସେମାନଙ୍କୁ ଚିକିତ୍ସା ପାଇଁ ଜିକେଭଟ୍ଟର ଡାକ୍ତରଖାନାକୁ ପଠାଇ ଥିଲେ । କଳାପଲ୍ସରରେ ଆସିଥିବା ୩ ଦୁବୃର୍ତ୍ତସେଠାରୁ ଚମ୍ପଟ ମାରିଥିବା ବେଳେ ବାଇକ୍ର ମାଲିକ ପ୍ରହଲ୍ଲାଦ ଚରଣ ଜେନା ବାଲେଶ୍ୱର ଆର୍ଟିଓ ସୂତ୍ରରୁ ପୋଲିସ୍ ଜାଣିବାକୁ ପାଇଥିଲା । ଜଳେଶ୍ୱର ଥାନାରେ ଯୋଗ ଦେଇଥିବା ନୂତନ ଆଇଆଇସି ଧନେଶ୍ୱର ସାହୁଙ୍କ ପ୍ରଚେଷ୍ଟାରେ ବସ୍ତାଥାନା ଅନ୍ତର୍ଗତ ତିନି ଅଭିଯୁକ୍ତ ନିରଞ୍ଜନ ଦାସ, ବଣ୍ଟି ଦାସ ଗିରଫ ହୋଇଥିବା ବେଳେ ବାପୁନି ଦାସ ଫେରାର ରହିଛି । ଗତ ୩୧ ତାରିଖରେ ଜଳେଶ୍ୱର ଥାନାରେ ବର୍ଷର ଶେଷ ୩୬୮/୧୯ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ପୋଲିସ୍ ଆଇଆଇସି ଧନେଶ୍ୱର ସାହୁ ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା