ନବବର୍ଷ ଉପଲକ୍ଷେ ନେତୁଆ ପଞ୍ଚାୟତରେ ବିଜେଡିର ବନ୍ଧୁମିଳନ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୌଣସି ଅଞ୍ଚଳର ସାମଗ୍ରୀକ ବିକାଶ ଲାଗି ସେ ଅଞ୍ଚଳର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କର ମାନସିକତା, କର୍ତ୍ତବ୍ୟନିଷ୍ଠା ଓ ବନ୍ଧୁଭାବାପନ୍ନ, ସଂପର୍କର ଡୋରି ରହିବା ଉଚିତ୍ ବୋଲି ଆଜି ଜଳେଶ୍ୱର ବ୍ଲକର ଉପାନ୍ତ ନେତୁଆ ପଞ୍ଚାୟତର ଆଡିନଗାଠାରେ ନବବର୍ଷ ଉପଲେ’ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ମତପ୍ରକାଶ ପାଇଛି । ବିଜେଡି ଦଳର ନେତୁଆ ପଂଚାୟତ ସଭାପତି ସୁକୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁମିଳନ ଉତ୍ସବ ଓ ଅନ୍ୟ ରାଜନୈତିକ ଦଳ ତ୍ୟାଗ କରି ବିଜେଡିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଧାୟକ ଅଶ୍ୱିନୀ ପାତ୍ର କହିଲେ ସମଗ୍ର ଦେଶରେ ୫୫ଲକ୍ଷ ଗ୍ରାମଥିବା ବେଳେ ଓଡିଶାରେ ୫୧ହଜାର ଗ୍ରାମ ରହିଛି । ଗ୍ରାମବାସୀଙ୍କର ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର, ଅନାବିଳ ସ୍ନେହ ଓ ଭକ୍ତି ରହିୀଥିବା ବେଳେ କୌଣସି ବିକାଶର ଅନ୍ତ ନାହିଁ । କାରଣ ଏହା ଏକ ପ୍ରକ୍ରିୟା । ତେଣୁ ୧୯୮୪ ମସିହାରେ ବ୍ଲକ ଅଧ୍ୟକ୍ଷ ଥିବା ବେଳେ ଯାହାକିଛି ଆକଶ୍ୟକତା ଥିଲା, ଆଜି ତାହା ପୂରଣ ହେଉଥିବା ସଂପର୍କରେ କହିଛନ୍ତି । ବିବରଣୀ ଉପସ୍ଥାପନ କରି ସରପଞ୍ଚ ମମତା ହୁଇ ନେତୁଆ ପଞ୍ଚାୟତରେ ସବୁ ଘରକୁ ପାଇଖାନା, ସବୁଗାଁକୁ ପାଇପ୍ ପାଣି ଯୋଗାଣ, ପଞ୍ଚାୟତ ଅଫିସକୁ ଲାଗି ମାର୍କେଟ୍ କମ୍ପେକ୍ସ, ପାଠାଗାର ଓ ଷ୍ଟାପକ୍ୱାଟର, ପୂର୍ବତନ ଏମ୍ପି ରବିନ୍ଦ୍ର ଜେନାଙ୍କ ହାତପାଣ୍ଠିରୁ ମନୋରଞ୍ଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟରେ ପାଚେରୀ ନିର୍ମାଣ, ପ୍ରତିଛକରେ ଉଜ୍ଜଳ ଆଲୋକ, ୩ଟି ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା, ବାଣିଦା-କମାରଶାଳିଆ ଗାଁକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇ ପାରିଛି । ତଥାପି ଏକ ମିନିଷ୍ଟାଡିୟମ ନିର୍ମାଣ, ସୁଗୋ – କମାରଶାଳିଆ ରାସ୍ତାର ନବିକରଣ, ନେତୁଆ-ଆଡିନଗା ଆନ୍ତରାଜ୍ୟ ସଡକକର ଉନ୍ନତିକରଣ, ବେଲବାରିଆ-ସୁଗୋ ଆର୍ଡି ରାସ୍ତା ନିର୍ମାଣ, ମୋବାଇଲ୍ ଟାୱାର ସ୍ଥାପନ ଓ ପଞ୍ଚାୟତ ଗୃହର ନବିକରଣର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଅନ୍ୟମାନଙ୍କ ମଧ୍ୟେ ମାନେସ ଜେନା, ବ୍ଲକ ବିଜେଡି ସଂପାଦକ ଭୂପତି ମିର୍ଦ୍ଧା, ଯାମିନୀ ଦତ୍ତ, ଗୁଣାକର ପାତ୍ର, ଡା. ଧରଣୀକାନ୍ତ ରାୟ, ପୁର୍ଣ୍ଣେନ୍ଦୁ ସାହୁ ପ୍ରମୁଖକ୍କ୍କ୍ୟ ଦେଇଥିବା ବେଳେ କଂଗ୍ରେସ ଦଳରୁ ଶଙ୍କର୍ଶଣ ଜେନାଙ୍କ ନେତୃତ୍ୱରେ ପ୍ରାୟ ୨୦୦ ବ୍ୟକ୍ତି ବିଜେଡି ଦଳରେ ଯୋଗ ଦେଇଥିଲେ । ନବବର୍ଷ ଉପଲକ୍ଷେ ସରପଞ୍ଚ ମମତା ହୁଇ ପଞ୍ଚାୟତବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା