୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ତହସିଲ କିରାଣୀ…

ଛତ୍ରପୁର : ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲର କିରାଣୀ ସ୍ଵାତିସୁଚରିତା ପାତ୍ର। ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲ କାର୍ଯ୍ୟାଳୟ ବାହାରେ ଉକ୍ତ କିରାଣୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଛି। କିରାଣୀଙ୍କ ସ୍କୁଟିରୁ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ହାତ ଧୋଇବା ପରେ ନାଲି ରଙ୍ଗ ହୋଇଯାଇଥିଲା l ତହସିଲ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜେରା କରାଯାଉଛି। ଅତରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଧରିଛନ୍ତି। ସୁଚନା ଅନୁଯାୟୀ, ଛତ୍ରପୁରର ଦିଲୀପ କୁମାର ଭଲ୍ଟି ଚାଷ ଜମିରୁ ଘରବାରି କରିବା ନେଇ ପଟ୍ଟା ପାଇଁ ଆବେଦନ କରିଥିଲେ l ବହୁ ବାର ଦୌଡ଼ି ଦୌଡ଼ି ପଟ୍ଟା ନମିଳିବାରୁ କିରାଣୀ ସ୍ଵାତିସୁଚରିତା କାମ କରିଦେବାକୁ କହି ୫ ହଜାର ଟଙ୍କା ଦାବି କରିଥିଲେ l ଏହି ଟଙ୍କା ନେବା ବେଳେ ସ୍ଵାତି ଧରାପଡ଼ିଥିଲେ। ତେବେ କେବଳ ସ୍ଵାତି ନୁହଁନ୍ତି ତହସିଲ କାର୍ଯ୍ୟାଳୟରେ ଥିବା ବହୁ କିରାଣୀ ଏଭଳି ଲାଞ୍ଚ କାରବାର କରୁଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ କିରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

ରିପୋର୍ଟ: ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା