ଦୁଷ୍କମ ମାମଲା:ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅଧିନ ଗଞ୍ଜାମ ବ୍ଲକ ର ମାଳି ଜଗନ୍ନାଥ ପୁର ଗ୍ରାମ ରେ ହୋଇଥିବା ଏକ ଦୁଷ୍କମ ମାମଲା ରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି। ଏଥି ସହ ୫ ହଜାର ଟଙ୍କା ଜୋରିମାନା ପକାଇଛି। ଏହା ଅନାଦେୟ ହେଲେ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଦଣ୍ଡ ପାଇଥିବା ଜଣକ ହେଲେ ମାଳି ଜଗନ୍ନାଥ ପୁର ଗ୍ରାମ ର ସୁଦର୍ଶନ ମହାପାତ୍ର । ସେ ବିବାହିତ। ଶୁକ୍ରବାର ଏହି ମାମଲାର ଶୁଣାଣି କରି ଛତ୍ରପୁର ଏ,ଡି,ଜେ, ମନୋରଞ୍ଜନ ଦାସ ଉକ୍ତ ରାୟ ଦେଇଛନ୍ତି। ସରକାର ଙ୍କ ପକ୍ଷରୁ ଅକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ । ସୂଚନାଯୋଗ୍ଯ ସେହି ଗାଁର ଯୁବତୀ ଙ୍କୁ ସୁଦର୍ଶନ ବଳାତ୍କାର କରିଥିବା ନେଇ ଥାନା ରେ ୨୦୧୮ ମେ ମାସ ୫ ତାରିଖ ଏତାଲା ହୋଇଥିଲା ପରେ ପୋଲିଶ ତାକୁ ଗିରଫ କରିଥିଲା ।

ରିପୋର୍ଟ: ଜିଲ୍ଲା ପ୍ରତିନିଧି ନିମାଇ ଚରଣ ପଣ୍ଡା