୫୦ ହଜାର ଟଙ୍କା ଲାଞ୍ଚ ନେଇ ଜଟଣୀ ଆଇଆଇସି ଗିରଫ

ଘର ଓ ଅଫିସ୍ରେ ଭିଜଲେନ୍ସ ଚଢ଼ାଉ ଜାରି ରହିଛି

ଖୋର୍ଦ୍ଧା: ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି ସୋମବାର ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଲାଞ୍ଚ କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଥାନାକୁ ପହଞ୍ଚି ଥିଲେ। ଲାଞ୍ଚ ନେଉଥିବା ବେଳେ ସଞ୍ଜୀବଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।ପ୍ରକାଶ ଥାଉକି କୁଦିଆରର ରୀଙ୍କ ମଙ୍ଗରାଜ ଏକ N B W କେସ କୁ ରଫାଦଫା କରିବାନିମନ୍ତେ ମହାନ୍ତି କୁଆଡେ 50,000ଟଙ୍କା ନେବାପାଇଁ ଦାବି କରିଥିଲେ । ଟଙ୍କା ଦେଲାବେଳେ ଭିଜିଲାଏନ୍ସ କାବୁ କରିଥିଲା। ଘର ଓ ଅଫିସ୍ରେ ଭିଜଲେନ୍ସ ଚଢ଼ାଉ ଜାରି ରହିଛି ।