୫ଦିନ ରିମାଣ୍ଡରେ ଆସିଲେ ବନ୍ଧୁକ ବ୍ୟବସାୟୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କିଛିଦିନ ତଳେ ଦୁଇ ବନ୍ଧୁକ ବ୍ୟବସାୟୀଙ୍କୁ ଗିରାଫ କରିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ । ଆଜି ସେଇ ଦୁଇ ବେପାରୀ ରିମାଣ୍ଡରେ ଆସିଛନ୍ତି । ଉଭୟଙ୍କୁ ୫ ଦିନ ରିମା‌ଣ୍ଡରେ ଆଣିବା ପାଇଁ ଏସ୍‌ଟିଏଫ୍‌ ଆବେଦନ କରିଥିଲା । ଗତକାଲି ଏହି ଆବେଦନ ମଞ୍ଜୁର ହେବା ପରେ ଉଭୟଙ୍କୁ ଏସ୍‌ଟିଏଫ୍‌ ଆଣି ପଚରାଉଚରା ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ଉଭୟଙ୍କୁ ଏକୁଟିଆ ଓ ଏକାଠି ଜେରା କରାଯିବ । ପ୍ରାରମ୍ଭିକ ଜେରା ବେଳେ ସେମାନଙ୍କଠାରୁ ଏକ ବଡ଼ ଲିଙ୍କ୍‌ର ସୂଚନା ମିଳିଛି । ଏହି ଲିଙ୍କ୍‌କୁ ଧରି ଏସ୍‌ଟିଏଫ୍‌ ବାଂଲାଦେଶ ଯାଇପାରେ ବୋଲି ସୂଚନା ମିଳିଛି । ତା’ ଛଡ଼ା ଓଡ଼ିଶା‌ରେ ମଧ୍ୟ ସେମାନେ କାହାକୁ ବନ୍ଧୁକ ଯୋଗାଉଥିଲେ ସେ ‌ନେଇ ଏସ୍‌ଟିଏଫ୍ ଉଭୟଙ୍କଠାରୁ ତଥ୍ୟ ହାସଲ କରିଛି ।

ରିପୋର୍ଟ : ଆକାଶ ମିଶ୍ର