ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଶାହା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରେ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଆସନ୍ତା ୨୮ତାରିଖରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଶାହା । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଅମିତ ଶାହାଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ସାରାଦେଶରେ ସିଏଏ ସପକ୍ଷରେ ବିଜେପିର ଜନସଭା କାର୍ଯ୍ୟକ୍ରମ ଚାଲୁଛି । ତେବେ ଓଡିଶାରେ ସିଏଏ ସପକ୍ଷରେ ଆୟୋଜିତ ହୋଇଥିବା ଜନସଭାରେ ଯୋଗଦେବା ପାଇଁ ଓଡିଶା ଆସୁଛନ୍ତି ଅମିତ ଶାହା । ୨୮ତାରିଖ ଅପରାହ୍ନରେ ସମୟରେ ଓଡିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବରମୁଣ୍ଡା ପଡିଆରେ ଆୟୋଜିତ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ସେହିପରି ୨୯ତାରିଖ ଦିନ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦୁଇ ଦିନିଆ ଗସ୍ତରେ ଅମିତ ଶାହା ଭୁବନେଶ୍ୱର ସ୍ଥିତ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରଙ୍କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ରିପୋର୍ଟ : ଆକାଶ ମିଶ୍ର