୫ଟିକୁ ଆହୁରି କରାଯିବ ଜନାଭିମୁଖୀ:ରାଜସ୍ୱ ସେବା ବର୍ଗର ୨୫୦ ଜଣ ଅଧିକାରୀଙ୍କୁ ଦିଆଗଲା ପଦୋନ୍ନତି ରାଜ୍ୟ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୫ଟି ଆଧାରରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଇଦେବା ପାଇଁ ରାଜସ୍ୱ ବିଭାଗର ୨୫୦ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇ ପ୍ରଶାସନିକ ସେବା ବର୍ଗରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଏକାସାଙ୍ଗରେ ଏତେ ଜଣଙ୍କୁ ପଦୋନ୍ନତି ମିଳିବା ଏକ ସର୍ବକାଳିନ ରେକର୍ଡ ବୋଲି ଜଣାପଡିଛି । ଏଥିପାଇଁ ରାଜସ୍ୱ ସେବା ସଂଘର ସଭାପତି ପୁରନ୍ଦର ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ସରାକାରଙ୍କର ବିଭିନ୍ନ ଜନ ହିତକାର ଯୋଜନାକୁ ଲୋକଙ୍କ ନିକଟରେ ସୂଚାର ରପରେ ପହଞ୍ଚାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଭାପତି ପୁରନ୍ଦର ନନ୍ଦ । ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ୱ ସେବା ସଂଘର ସଭାପତି ପୁରନ୍ଦର ନନ୍ଦ ସରକାରଙ୍କୁ ପ୍ରଶଂସା କରି ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର