ଆମ୍ବୁଲାନ୍ସରେ ନିଜ ସମ୍ପର୍କୀୟ ଯାଉଛନ୍ତି ଭାବି ରାସ୍ତା ଛାଡିବାକୁ ଅନୁରୋଧ କଲା କମିସେନରେଟ ପୋଲିସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆମ୍ବୁଲାନ୍ସରେ ନିଜ ସମ୍ପର୍କୀୟ ଯାଉଛନ୍ତି ଭାବି ରାସ୍ତା ଛାଡିବାକୁ ଅନୁରୋଧ କଲା କମିସେନରେଟ ପୋଲିସ । ନିକଟରେ ଟ୍ରାଫିକରେ ଆମ୍ବୁଲାନ୍ସ ଫସି ଶିଶୁର ପ୍ରାଣଯିବା ଅଭିଯୋଗ ପରେ ଏବେ କମିଶନରେଟ ପୋଲିସର ଚେତା ପସିଲା । ଆରମ୍ଭ ହେଲା ଆମ୍ବୁଲାନ୍ସ କରିଡର ସଚେତନତା ଅଭିଯାନ । ସପିଂମଲରୁ ଏହି ଅଭିଯାନ ଆରମ୍ଭ । ଟ୍ରାଫିକ ପୋଷ୍ଟର ବାମପଟ ସବୁବେଳେ ଗ୍ରିନ ଲାଇଟ ଜଳୁଛି।ଯଦି କେହି ଏହାକୁ ପ୍ରତିରୋଧ କରନ୍ତି କଡା କର୍ଯ୍ୟାନୁଷ୍ଠାନ ହେବ । ଅନେଇ ଆଡ଼ଭାଇଜରି ଜାରି କରିଛି କମିସେନରେଟ ପୋଲିସ । ରାସ୍ତାରେ ଆମ୍ବୁଲାନ୍ସକୁ ବାଟ ନ ଛାଡିଲେ ଆଇନ ଅନୁଯାୟୀ ୧୦ ହଜାର ଜୋରିମାନା ହେବ । ଆମ୍ବୁଲାନ୍ସରେ ନିଜ ସମ୍ପର୍କୀୟ ଯାଉଛନ୍ତି ଭାବି ରାସ୍ତା ଛାଡିବା ପାଇଁ କମିଶନରେଟ ପୋଲିସ ନିବେଦନ କରିଛି ।

ରିପୋର୍ଟ : ଆକାଶ ମିଶ୍ର