୪ ଦିନ ପାଇଁ ମୋହନା ସହର ସଟଡାଉନ ଘୋଷଣା…

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜ଼ିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋହନା ସହରକୁ ୪ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଆଜି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋହନା ସଟଡାଉନ ରହିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ । କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବଜାର ଏବଂ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିବ ବୋଲି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସୂଚନା ଦେବା ସହ ପ୍ରଶାସନକୁ ଏଥିରେ ସହଯୋଗ କରିବା ପାଇଁ ସହର ବାସିଙ୍କୁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ଆଦିତ୍ୟ ପଟ୍ଟନାୟକ