୪୦୭ ଗାଡି ଧକ୍କାରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆଜି ଭୋର ସଖାଳ ୬ଟା ସମୟରେ ରାୟଗଡ଼ା ଜିଲ୍ଳା ଚାନ୍ଦିଲି ଥାନ ଅନ୍ତର୍ଗତ ଭୁଜବଳ ବ୍ରିଜ଼ ନିକଟରେ ଏକ ମର୍ମାହତ ସଡ଼କ ଦୁର୍ଘଟଣା ଘଟିଛି । ଏକ ୪୦୭ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଜେକେ କମ୍ପାନିରେ ଲେବର କାମ କରିବା ପାଇଁ ଜେକେ କାଗଜ କଳକୁ ସାଇକେଲ ଯୋଗେ ଭୁଜବଲ ନିବାସୀ ଚୈତନ ଗୁଆବଂଶ(୪୦) ଯାଉଥିଲେ ଏହି ସମୟରେ ତାଙ୍କ ପଛରେ ଆମଲାଭଟା ସ୍ଥିତ ଦେଶୀ ଭାଟିରେ କାମ କରୁଥିବା ବିରସିଂହ (୪୫) ପ୍ରାତଃ ଭ୍ରମଣ କରୁଥିବା ସମୟରେ ପଛପଟୁ ୪୦୭ ଗାଡି ଧକ୍କା ଦେଇ ତାଙ୍କ ଗୋଡ ଉପରେ ଚଢ଼ି ଯାଇ ଆଗରେ ଥିବା ଚୈତନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଚୈତନ ଗୁଆବଂଶ ଙ୍କର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିରସିଂହଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଚୈତନ ଗୁଆବଂଶଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ବେଳେ ପୋଲିସ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ