ପାରଳାଖେମୁଣ୍ଡି ପୌରସଂସ୍ଥାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ପୌରସଂସ୍ଥା କାର୍ଯ୍ୟଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌରସଂସ୍ଥା ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସ୍କୁଲର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ଏହା ପାଳନ ଅବସରରେ ପୌର ପରିଷଦ ପକ୍ଷରୁ ହାର୍ଦ୍ଧିକ୍ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲେ । ପରେ ଉଦବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଶାହା , କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବଖାଣି ପାରଳାଖେମୁଣ୍ଡି ସହରବାସୀଙ୍କ ସର୍ବାଧିକ ମୌଳିକ ସୁବିଧା ଯୋଗାଇ ଦେବା ସହିତ ବହୁବିଧ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ଆଗେଇ ନିଆଯାଉଛି ବୋଲି କହିଥିଲେ । ଏତଦ ବ୍ୟତିତ ପୌର ପରିଷଦର ଲକ୍ଷ୍ୟ ଓ ନିଆଯାଇଥିବା ସଂକଳ୍ପ ପ୍ରତି ସୂଚନା ଦେଇ ଥିଲେ । ପୌର ପରିଷଦ ପକ୍ଷରୁ ସହରବାସୀଙ୍କ ହିତ ସାଧନ ପାଇଁ କରା ଯାଇଥିବା ସଫଳତା ଓ ସେବା ପ୍ରଭୃତିର ବିଭିନ୍ନ ଦିଗ ଉପରେ କହିଥିଲେ ଏବଂ ଏ ଦିଗରେ ସହର ବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗ ଓ ଦାୟିତ୍ଵ କାମନା କରିଥିଲେ । ପରେ କୃତୀ ପୌର କର୍ମଚାରୀ ଓ ମେହେନ୍ତର ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଶାହା ଚେକ୍ ଓ ମାନପତ୍ର ବଣ୍ଟନ କରିଥିଲେ । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରାଛାତ୍ରି ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ,ଅଧ୍ୟାପିକା ଭାରତୀ ପାଣିଗ୍ରାହୀ ମୁଖ୍ୟବକ୍ତା, ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗୋମଙ୍ଗ, ଗୁଣୁପୁର ବିଧାୟକ ରଘୁନାଥ ଗୋମଙ୍ଗ, ରାଜକୁମାରି କଲ୍ୟାଣି ଦେବୀ, ଜିଲାପାଳ ଅନୁପ କୁମାର ସାହା, ପିଡ଼ି ଡ଼ିରଡିଏ ଚଂଚଳ ରଣା ପ୍ରମୁଖ ସଂମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା