୩ କୁକୁରଙ୍କ ସହ ଘର ଘର ବୁଲି କରୁଛନ୍ତି ସରପଞ୍ଚ ପାଇଁ ପ୍ରଚାର…

ଗଞ୍ଜାମ (ସମୃଦ୍ଧ ଓଡିଶା) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ପ୍ରତିଦ୍ବନ୍ଦୀମାନେ ଉତ୍ସାହର ସହ ପ୍ରଚାର କାର୍ଯ୍ୟ କରି ଚାଲିଛନ୍ତି । ଡ଼ାକବାଜି ଯନ୍ତ୍ରରେ ବିଭିନ୍ନ ଗୀତର ନକଲରେ ପ୍ରଚାରଗୀତ ସବୁଠି ବାଜୁଛି । ଯୋଡହସ୍ତ ପାଦଛୁଆଁ ସହ ଆଶିର୍ବାଦ ନେଇ ନିଜ ନିର୍ବାଚନୀ ଚିହ୍ନ ସମ୍ପର୍କରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏକ ଭିନ୍ନଧରଣର ଭୋଟ ପ୍ରଚାରଶୈଳୀ ଦେଖିବାକୁ ମିଳିଛି । ତିନୋଟି ପୋଷାକୁକୁରଙ୍କୁ ନେଇ ଏକ ନିଆରା ଢ଼ଙ୍ଗରେ ସତ୍ୟ ଧର୍ମ ନ୍ୟାୟ ଆଧାରରେ କୋଭିଡ ସଚେତନତା ମାସ୍କ ପିନ୍ଧାଇବା ଗାଇଡଲାଇନ ସହ ଭୋଟ କେନ୍ଦ୍ରରେ ଭୋଟ ଦେବା, ସଡ଼କ ସୁରକ୍ଷା ହେଲମେଟ ପିନ୍ଧିବା ଭଳି ସଚେତନତାର ବାର୍ତ୍ତା ମାଧ୍ୟମରେ ପ୍ରାର୍ଥୀ ନିଜର ପ୍ରଚାର ଚଲାଇଛନ୍ତି । ଏଭଳି ଏକ ଅଭିନବ ପ୍ରଚାର ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୋଜାଲିନ ବେହେରାଙ୍କ ନିର୍ବାଚନୀ ପ୍ରଚାରରେ l ରୋଜାଲିନ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ , ନର୍ସିଂ ପାଠପଢ଼ା ପରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିବା ସହ କରୋନା ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟସେବା ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଲୋକଙ୍କୁ ଅଧିକ ସେବା ଓ ପଞ୍ଚାୟତରେ ବିକାଶର ଧାରାକୁ କ୍ରିୟାଶୀଳ କରିବା ପାଇଁ ଚାକିରି ଛାଡ଼ି ଏବେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ତିନିଟି ପୋଷା କୁକୁର ବେକରେ ସତ୍ୟ ଧର୍ମ ନ୍ୟାୟ ଲେଖା ହୋଇଥିବା ବେଳେ ସଚେତନତା ପାଇଁ କୁକୁର ମାନଙ୍କୁ ମାସ୍କ୍ ପରିଧାନ କରାଇଛନ୍ତି ଏବଂ ହେଲମେଟ ମଧ୍ୟ ପିନ୍ଧାଯାଇଛି । ଗ୍ରାମାଞ୍ଚଳରେ ଏଭଳି ଭିନ୍ନ ଢଙ୍ଗରେ ପ୍ରଚାର କରି ଗାଁର ସାହି ସାହି ବୁଲି ରୋଜାଲିନଙ୍କ ପାଇଁ ଏହି ପାଳିତ କୁକୁର ତ୍ରୟ ପ୍ରଚାର ଜୋରଦାର କରିଛନ୍ତି । ରୋଜାଲୀନଙ୍କ ପରିବାର ଦୀର୍ଘ ବର୍ଷ ଧରି ପଂଚାୟତର ସେବା କରୁଛନ୍ତି । ବାପା କାଳୁଚରଣ ବେହେରା ପ୍ରଚାରର ମଙ୍ଗ ଧରିଥିବା ବେଳେ ରୋଜାଲିନଙ୍କ ମା ଜଣେ ଆଶାକର୍ମୀ ଭାବେ ଲୋକଙ୍କ ସେବା କରୁଥିବା ବେଳେ ବାପା ଔଷଧ ଦୋକାନ ଟିଏ କରି ଲୋକଙ୍କ ସ୍ଵାସ୍ଥ୍ୟ ଚିକିତ୍ସାରେ ସହଯୋଗ କରିବା ସହ ସୁଖ ଦୁଃଖରେ ଦୀର୍ଘ ବର୍ଷ ଧରି ସାମିଲ ହେଉଥିବା ସାଧାରଣରେ ଚର୍ଚା ଧରିଛି । ରୋଜାଲିନ ଜଣେ ଶିକ୍ଷିତ ଝିଅ ହୋଇଥିବାରୁ ତାଙ୍କ ଦ୍ଵାରା ପଞ୍ଚାୟତର ଯଥାସାଧ୍ୟ ବିକାଶ ହେବା ନେଇ ପଞ୍ଚାୟତବାସୀ ପତିକ୍ରିୟା ରଖିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା