୩୧ ନମ୍ବର ୱାର୍ଡରେ କରୋନା ଯୋଦ୍ଧାଙ୍କୁ ସମ୍ମାନ : ସଫେଇ କର୍ମଚାରୀ ଓ ଗରିବଙ୍କୁ ବାଣ୍ଟିଲେ ରେସନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡରେ କରୋନା ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିବା ସହ ମାସକ ପାଇଁ ରେସନ ବଣ୍ଟନ କରାଯାଇଛି । ଏଥିସହ ଗରିବ ପରିବାରକୁ ମଧ୍ୟ ରେସନ ଦିଆଯାଇଥିଲା । ବିଜେଡି ଯୁବ ସଂଗଠକ ଏ.ସନ୍ତୋଷ ପାତ୍ର ଓ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ୪୦ଜଣ ସଫେଇ କର୍ମଚାରୀ ଓ ୮୦ଜଣ ଗିରିବ ପରିବାରକୁ ଚାଉଳ, ଡାଲି, ତେଲ, ଆଳୁ, ପିଆଜ, ସୋୟାବିନ୍‌, ବ୍ରେଡ୍‌, ବସ୍କୁଟ ଦିଆଯାଇଥିଲା । ଅଶୋକ ନଗର ୬ଷ୍ଠ ଗଳିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତଙ୍କୁ ସାନିଟାଇଜ୍ କରାଯାଇଥିଲା । ସଫେଇ କର୍ମଚାରୀ ମାନେ ଆସିବା ପରେ ସେମାନଙ୍କ ଶରୀରରେ ସାନିଟାଇଜ୍ ସ୍ପ୍ରେ କରାଯିବା ପରେ ସେମାନେ ହାତ ଧୋଇ ଭିତରକୁ ଯାଇଥିଲେ । ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡା.ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ, ସଂଜୀତ ପାଣିଗ୍ରାହୀ, ଯୁବ ବିଜେଡି ଜିଲ୍ଲା ସଭାପତି ଏନ ଧନଞ୍ଜୟ ରାଓ, ଆର୍‌.ମୂରଲୀ ମୋହନ, ମୁକୁନ୍ଦ ଗୌଡ଼ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଯୁବ ସଂଗଠକ ଏ.ସନ୍ତୋଷ ପାତ୍ରଙ୍କ ଝିଅ ତନ୍ୱେଷାର ୫ମ ଜନ୍ମ ଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକୁ ବିଧାୟକ ପଣ୍ଡା ଓ ଅନ୍ୟ ଅତିଥି ମାନେ ପ୍ରଶଂସା କରିଥିଲେ । ଯୁବ ସଂଗଠକ କୁମାର ସୁରଜ ମହାରଣା, ପୂର୍ବତନ କର୍ପୋରେଟର ଅନୀଲ ନାୟକ, ସଂଜୟ ଜେନା, କିରଣ ସାହୁ, ରଞ୍ଜନ କୁମାର ସାହୁ, ଜିଣ୍ଟୁ ରାଉଳ, ପି.ସତ୍ୟନାରାୟଣ ପାତ୍ର, ଗଣେଶ ପାତ୍ର, ପ୍ରଭାକର ପାଢ଼ି, କୁମାର ସୁରଜ ମହାରଣା, ସାନୁ ପାତ୍ର, ଅଭିମନ୍ୟୁ ନାୟକ, ଜ୍ୟୋତି ରଞ୍ଜନ ସାହୁ, ନଳିନି ଦେବଦର୍ଶୀ, ଏ.ଜୟରାମ ପାତ୍ର ଓ ଏ.ଶିବରାମ ପାତ୍ର, ଏ.ଏଙ୍କିଡ଼ି ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା