ପ୍ରଶାସନଙ୍କୁ ଘେରିଲା ପରେ ଶେରଗଡ଼ରେ ଆରମ୍ଭ ହେଲା ବର୍ଷା ପାଣି ନିଷ୍କାସନ କାମ…

ଶେରଗଡ଼ (ସମୃଦ୍ଧ ଓଡ଼ିଶା) ଶେରଗଡ଼ର ବିପର୍ଯ୍ୟସ୍ତ ଡ୍ରେନକ ବ୍ୟବସ୍ଥା ଯୋଗୁଁ ଫାଟ ପାହାଡର ଶତାଧିକ ଚାଷ ଜମିରେ ପାଣି ପଶୁଥିଲା । ଏହାସହ ବର୍ଷା ହେଲେ ଶେରଗଡ଼ରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଅନେଇ ଶେରଗଡ଼ ଗ୍ରାମବାସୀ ସରକାରୀ ଅଧିକାରୀଙ୍କୁ ଘେରିବା ପରେ ଆଜି ଏହାର କାମ ଆରମ୍ଭ ହୋଇଛି । କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୟାସିନ୍ଧୁ ପରିଡାଙ୍କ ଉପସ୍ଥିତିରେ ବିଡିଓ ସୁରଞ୍ଜନ ସାହୁ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବନୋଜ ସେଠୀ, ଏଟିଓ ଅକ୍ଷୟ କୁମାର ମଲ୍ଲିକ, ଏଏସଆଇ ବିଷ୍ଣୁ ପ୍ରସାଦ ଦାସ, କାଳୀଚରଣ ପ୍ରହରାଜ, ସୁପରଭାଇଜର ମନୋଜ କୁମାର ନାହାକ ଓ ଜାତୀୟ ରାଜପଥ କନିଷ୍ଠ ଯନ୍ତ୍ରୀ ପ୍ରୟାଗରାଜ ପ୍ରମୁଖଙ୍କ ଉପସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନାଳକୁ ଜେସିବ ଲଗାଇ ସଫା କାର୍ଯ୍ୟ ଆରମ୍ଭ ହୋଇଛି ।

ରିପୋର୍ଟ : ବିପ୍ଳବ ସେଠୀ