୨୫ ଦିନ ଧରି ଟ୍ରାନ୍ସଫରମର ପୋଡି ମିଳୁନି ପିଇବା ପାଣି : ସମସ୍ୟାର ସମାଧାନ ପାଇଁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଟାଟା ପାୱାର ଡିଭିଜନ୍ ଅନ୍ତର୍ଗତ ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆର ଚୁଡାମଣିପୁର ଗ୍ରାମରେ ଥିବା ଟ୍ରାନ୍ସଫରମରଟି ଦୀର୍ଘ ୨୫ ଦିନ ଧରି ପୋଡି ଯାଇଛି । ଫଳରେ ନିକଟସ୍ଥ ଗ୍ରାମବାସୀ ଅନ୍ଧାରରେ କାଳ କାଟୁଥିବା ବେଳେ ସେଠାରୁ ବିଦ୍ୟୁତ୍ ସରବରାହ ଦ୍ୱାରା ଏକ ବିଶୁଦ୍ଧ ପିଇବା ପାଇପ୍‌ ପାଣି ପ୍ରକଳ୍ପରୁ ପାଣି ଉତ୍ତୋଳନ ବନ୍ଦ ରହିଛି । ତେଣୁ ସମଗ୍ର ଗ୍ରାମବାସୀ ପିଇବା ପାଣିରୁ ବଂଚିତ ହୋଇ ଆସୁଛନ୍ତି । ଏ ସମ୍ପର୍କରେ ସରପଂଚ ଦିଲ୍ଲୀପ କୁମାର ସାମଲ ହାତିଗଡସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ, ଜଳେଶ୍ୱରସ୍ଥିତ ସହକାରୀ ମ୍ୟାନେଜର ତଥା ଡିଭିଜନ୍ ମୁଖ୍ୟ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ମରାମତି କରାଯାଇନାହିଁ । ତେଣୁ ଯଥାଶୀଘ୍ର ଏହାର ସମାଧାନ କରାଇବା ପାଇଁ ଦାବି ହୋଇଛି । ଏହାସହ ଆସନ୍ତା ଦିନରେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଆଇନ୍‌ର ଆଶ୍ରୟ ନେବେ ବୋଲି ସରପଂଚ ଦିଲ୍ଲିପ ସାମଲ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା