୨ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ନୀହଳପ୍ରସାଦ ସରପଞ୍ଚ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ କାର୍ଯ୍ୟକ୍ରମମାନ ଗ୍ରହଣ କରୁଥିବା ବେଳେ ଏହାର ପୂର୍ଣ୍ଣ ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ବିଭିନ୍ନ ସ୍ତରରୁ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମିଳୁଥିବା ବେଳେ ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲଙ୍କ ଉପସ୍ଥିତରେ ନୀହଳପ୍ରସାଦର ସରପଞ୍ଚ ତାପସ କୁମାର ସାହୁ (ଟୁଟୁ ଭାଇ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା