ଅଣ୍ଡା ଯୋଗାଣ ନେଇ ଅଙ୍ଗନବାଡି କର୍ମୀ ମହଲରେ ତୀବ୍ର ଅସନ୍ତୋଷ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇଥିବାବେଳେ ଦେଶ ଓ ରାଜ୍ୟ ଶୂନଶାନ ହୋଇଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି କର୍ମୀମାନଙ୍କର କର୍ତ୍ତବ୍ୟ ଓ ସମାଜସେବାକୁ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଅଣ୍ଡା ବଣ୍ଟନକୁ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ରାଜନୀତି ଆରମ୍ଭ ହୋଇଯାଇଛି । ସୂଚନା ଯୋଗ୍ୟଯେ ଅଙ୍ଗନବାଡି କର୍ମୀ ମାନେ ଏହି ଲକଡାଉନ ସମୟରେ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ଓ ସରକାର ଦେଉଥିବା ସମସ୍ତ ସାମଗ୍ରୀ ଓ ସମାଚାର ଘରେ ଘରେ ପହଞ୍ଚାଉଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଶଂସାକରି ଆସୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ଏହି ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଓ ସ୍କୁଲ ଗୁଡିକୁ ଅଣ୍ଡା ଯୋଗାଣ ବାହାରୁ ଏକ ବ୍ୟବସାୟୀକୁ ଦିଆଯାଇଥିବାରୁ ରାଜନୀତି ଆରମ୍ଭ ହୋଇଯାଇଛି । ବିଶେଷ କରି ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ତଥା ICDS ଓ DSWO ମିଳିତ ଭାବେ ସମ୍ପୂର୍ଣ୍ଣ ଦାୟୀତ୍ୱ ନିଜ ହାତରେ ରଖି ଅଣ୍ଡା ଯୋଗାଣ ପାଇଁ କୌଣସି ଏକ ସଂସ୍ଥାକୁ ହସ୍ତାନ୍ତର କରିବାଫଳରେ ଅଣ୍ଡା ବଣ୍ଟନରେ ବିଭ୍ରାଟ ସୃଷ୍ଟି ହେଉଥିବା ଅଭିଯୋଗ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଗୁରୁତ୍ୱ ଦିଆଯାଉନଥିବା, ସେମାନଙ୍କ ଅଜାଣତରେ ଅଣ୍ଡା କ୍ରୟ କରାଯାଉଥିବା ଯୋଗୁଁ ଅଙ୍ଗନବାଡି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଜାଗ୍ରତ ହୋଇଥିବା ଶୁଣିବାକୁ ମିଳିଛି । ତେବେ ସେମାନେ ଗତ ଦିନମାନଙ୍କରେ ଏହି ସେବା କାର୍ଯ୍ୟକୁ ପ୍ରଶଂସନୀୟ ଭାବେ କରିଥିବାରୁ ବର୍ତମାନ ସେମାନଙ୍କୁ ନଜଣାଇ ସମ୍ପୃକ୍ତ ଜିଲ୍ଳାଧିକାରୀ ମାନେ ଯେଉଁ ରାଜନୀତି କରୁଛନ୍ତି ତାହା ବିଶେଷ ଉତବେଗପୂର୍ଣ୍ଣ ବୋଲି ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଠି ହୋଇଛି । ଏହି ଲକଡାଉନ ସମୟରେ ସନ୍ତୋଷଜନକ ଭାବେ ସେବା କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀମାନଙ୍କୁ ଉପେକ୍ଷା ନକରି ସେମାନଙ୍କ ମତାମତ ନେଇ ଅଣ୍ଡା କ୍ରୟ ଵିକ୍ରୟ ବେଳେ ସେମାନଙ୍କ ଜ୍ଞାତ ସାରରେ କରାଗଲେ ସେବାକାର୍ଯ୍ୟ ଠିକ ଭାବରେ ପରିଚାଳିତ ହାବବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏଭଳି ସମସ୍ୟାକୁ ଦୂରୀଭୂତ କରିବା ନିମନ୍ତେ ଦାବି ହୋଇଛି ।

ରିପୋର୍ଟ : ରାଜଲକ୍ଷ୍ମୀ ପାଢ଼ୀ