୧୮ ବର୍ଷ ବୟସର ଜଣେ ଛାତ୍ର ନିର୍ମାଣ କଲେ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ମା’ଦୁର୍ଗାଙ୍କ ମୂର୍ତ୍ତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଲ୍ଲୀପ ମହାରଣା ବୟସ ୧୮ ବର୍ଷ । ପିତା ଭଗବାନ ମହାରଣା, ବ୍ରହ୍ମପୁର ସାନ ରେଡ୍ଡିକା ସାହି ବାସିନ୍ଦା । ଦିଲ୍ଲୀପ ଚଳିତ ବର୍ଷ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବଣିଜ୍ୟରେ ପାସ କରିଛନ୍ତି । ତେବେ ସେ କ୍ଷୁଦ୍ର କଳା କୃତୀ କରିବାରେ ବି ବେଶ ମାହୀର । ତେବେ ବର୍ତ୍ତମାନ କରୋନା ସମୟରେ ଯେତେବେଳେ ସବୁଆଡେ ଏକ ଚର୍ଚ୍ଚା ହେଲା କି ଦୁର୍ଗା ମାଙ୍କର ପ୍ରତିମୂର୍ତ୍ତି ଚାରି ଫୁଟରୁ ହେବା ନେଇ ସରକାରଙ୍କର ନିଷ୍ପତି ପରେ ତାଙ୍କ ମନକୁ ଆସିଲା କିଭଳି ଏକ କ୍ଷୁଦ୍ର କଳାକୃତୀ ସେ ନିର୍ମାଣ କରିବେ । ସେ ସେଭଳି ଏକ ଚିନ୍ତାଧାରାକୁ ନେଇ ନିର୍ମାଣ କଲେ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ ମା ଦୁର୍ଗାଙ୍କର ଦଶଭୁଜା ସିଂହ ଉପରେ ବିରାଜମାନ ମହିଷାସୁର ମର୍ଦ୍ହିନୀର ଏକ ବିଗ୍ରହ ।ତେବେ ଏଭଳି ସେ ଆଗରୁ ବି ଅନେକ ଗଣେଶ ହନୁମାନ ଏବଂ ଜଗନାଥଙ୍କର ବିଗ୍ରହ କରିଛନ୍ତି । ତେବେ ଏଭଳି ଦୁର୍ଗା ମୂର୍ତ୍ତି ହୁଏତ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି । ଏତେ ଛୋଟ ବୟସରେ ଏଭଳି କଳା ଦେଖି ସାଧାରଣ ଲୋକ ଆଚମ୍ବିତ ହେବ ନିଶ୍ଚିତ । ତେବେ ସ୍ଥାନୀୟ ଲୋକ ଏଭଳି ପ୍ରତିଭାକୁ ବିକଶିତ କରିବା ପାଇଁ ସରକାର କିଛି ସହଯୋଗ କରନ୍ତୁ । ଯାହା ଫଳରେ ଦିଲ୍ଲୀପ୍ ଆଗକୁ ଏଭଳି ଅନେକ କୀର୍ତି କରିପାରିବ ଏବଂ ଆମ ରାଜ୍ୟ ତଥା ଜିଲ୍ଲାକୁ ଗୌରବ ଆଣିପାରିବ ବୋଲି ବୁଦ୍ଧଜୀବୀ ମହଲରେ ଦାବି ହେଉଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା