୧୭ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା(ସମୃଦ୍ଧଓଡିଶା)ଡଲାକୁଦର ତାଡା ପାଡହା ଆୟୋଜିତ ୧୭ ତମ କୁଡୁକ ସମାଜ ଭିକରାମ ବାବା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଦଳ ସହ ବିଭିନ୍ନ ଦଳକୁ ପୁରସ୍କୃତ କରିଥିଲେ। ଅନୁଷ୍ଠାନର ସଭାପତି ଭିମା ଓରାମଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଶ୍ୟାମଲାଲ ଓରାମଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଖେଳାଳି ଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି କହିଲେ ଯେ ସମ୍ପ୍ରତି ସରକାର ଖେଳକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ଭଳି ଖେଳ ପରଷ୍ପର ମଧ୍ୟରେ ସୁସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ଅତିଥି ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ସିଘାଇର ଦଳକୁ ୨୦ହଜାର, ଦ୍ବିତୀୟ ସ୍ଥାନ ଥିବା ଜରାଟୋଲି ଦଳକୁ ୧୫ହଜାର, ତୃତୀୟ ସ୍ଥାନ ରେ ଥବା ବଲାଣି ର ଏନଟିଏଫ ଦଳକୁ ୯ହଜାର ଓ ଚତୁର୍ଥ ଦଳ ଭାବେ ଝାଣ୍ଡି ଦଳକୁ ୭ହଜାର ନଗଦ ଅର୍ଥ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ କନିଷ୍ଠ ବର୍ଗର ଖଳାଳିଙ୍କୁ ନେଇ ଏକ ପଦର୍ଶନୀ ମ୍ୟାଚ ଆୟୋଜନ କରାଯାଇଥିଲା। ଏଥିରେ ଡଲାକୁଦର ତାଡା ପାଡହା କୁ ହରାଇ ମନକୋ ତାଡା ପାଡହା ଦଳ ବିଜୟୀ ହୋଇଥିଲା। ଖେଳ ପରିଚାଳନା ରେ ଦିନେଶ ହେମ୍ରମ, ବିଜୟ ତିର୍କି,ସିଲା ଓରାମ ଓ ସନ୍ତି ଓରାମ ପ୍ରମୁଖ ସହଯୋଗ କରିଥିବାବେଳେ ଉପଦେଷ୍ଟା ବାନ୍ଦେ ତିର୍କି, ଲକ୍ଷ୍ମଣ ଓରାମ,ବେଲ ସମା ତିର୍କି,ଉପବେଲ ପାକୁଲୁ ଓରାମ,ଦେୱନ ସୁଶାନ୍ତ ଲାକ୍ରା,ଉପଦେୱନ ଲଛୁମନ ଓରାମ,ରାକାମ ଲଚୁବାସ,ଟିପୁ ମିଞ୍ଜ,ସହ ସମ୍ପାଦକ ଚୁକା ଓରାମ ଓ କୋଷାଧ୍ୟକ୍ଷ କାଶୀନାଥ ଓରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଭୀମା ଓରାମ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର