ପକ୍ଷାଘାତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାନୁଭୂତି ଦେଖେଇଲେ ଆମ୍ ଆଦମୀ ପାର୍ଟି ନେତା..

ଶିକିରିଗ୍ରାମର ଶ୍ରୀମତୀ ରତନୀ ପ୍ରଧାନ ପକ୍ଷାଘାତରୋଗରେ ଛଟପଟ ହେଉଥିବା ବେଳେ ସ୍ୱାସ୍ଥ୍ୟବୀମା ଗଲା କୁଆଡେ?

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ପକ୍ଷାଘାତ ରୋଗରେ ମ୍ରିୟମାଣ ଦମ୍ପତି । ଦୀର୍ଘ ୭ବର୍ଷ କାଳ ସ୍ତ୍ରୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବାବେଳେ ସ୍ୱାମୀ ଗତ ଦୁଇ ବର୍ଷ ହେବ ପୁନଃ ଏହି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ସହ ଏକ ଅସହାୟ ଜୀବନ ଯାପନ କରୁଛନ୍ତି । ଗରୀବ ଜୀବନରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିବାବେଳେ ଆଶ୍ରାର ହାତ ଛାଡି ଚାଲିଯାଇଛି ଆର ପାରିକି ନିଜର ମା । ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ସିକିରି ପଞ୍ଚାୟତ ସ୍ଥିତ ହରିବନ୍ଧ ସାହିର ଏକ ଗରିବ ଦମ୍ପତିଙ୍କ ନିକଟରେ । ପୀଡିତ ଉଭୟ ଦମ୍ପତି ହେଲେ ଗାନ୍ଧୀ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ରତନୀ ପ୍ରଧାନ । ଗାନ୍ଧୀ ପ୍ରଧାନ ଗତ ଦିନରେ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ନିଜ ସ୍ତ୍ରୀକୁ ରଖାଇ ଚିକିତ୍ସା କରିବା ସହ ଅର୍ଥ ଅଭାବ ହେତୁ ସେହି ସମୟରେ ଉଚ୍ଚତର ଚିକିତ୍ସା କରାଇବାରେ ବିଫଳ ହୋଇଥିଲେ । ଗତ ଦୁଇ ବର୍ଷ ତଳେ ଗାନ୍ଧୀ ପ୍ରଧାନ ମଧ୍ୟ ନିଜେ ପକ୍ଷାଘାତ ରୋଗରେ ପୀଡିତ ହେଲେ । ନିଜ ଘର ଚଳାଇବା ପାଇଁ ଗାନ୍ଧୀ ପ୍ରଧାନଙ୍କ ମା’ ଦେଖା ରଖା କରିବାରେ ଉଭୟଙ୍କୁ ସାହାଯ୍ୟ କରୁଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା କିଛି ଦିନ ତଳେ ଗାନ୍ଧୀଙ୍କ ମା’ ପରଲୋକ ଗମନ କଲେ । ବର୍ତ୍ତମାନ ଅର୍ଥ ଅଭାବ ସହ ପକ୍ଷାଘାତ ରୋଗରେ ପୀଡିତ ଉଭୟ ଦମ୍ପତି ଔଷଧ ଖାଇବା ତ ଦୂରର କଥା ଖାଇବାକୁ ଅନ୍ନ ମୁଠେ ଠିକ୍ ଭାବେ ମିଳୁ ନ ଥିବା ଯୋଗୁଁ ଦୁଃଖ ଦେଖିଲେ ଦେହ ଅସହ୍ୟ ହୋଇ ପଡୁଛି । ୨୦ବର୍ଷ ତଳେ ଉଭୟ ଦମ୍ପତିଙ୍କୁ ରହିବା ପାଇଁ ଆବାସ ଟିଏ ସରକାରଙ୍କ ପକ୍ଷରୁ ମିଳିଥିବା ବେଳେ କିଛି ଦିନ ହେଲା ଗରିବ ଯୋଜନାରେ କେବଳ ଚାଉଳ ୧୦କେଜି ମିଳୁଛି ବୋଲି କୋହଭରା କଣ୍ଠରେ ସେ ଜଣାଇଛନ୍ତି । ବହୁ ବାର ସରପଞ୍ଚ ଏବଂ ନିଜ ଅଞ୍ଚଳର ବଡ ବଡ଼ିଆ ପ୍ରତିନିଧିଙ୍କୁ ଚିକିତ୍ସା ପାଇଁ ଏବଂ ଅସହାୟ ଅବସ୍ଥାରେ ରହିଥିବାରୁ ସାହାଯ୍ୟ ଓ ସହଯୋଗ ପାଇଁ ନିବେଦନ କରିଥିଲେ ସୁଦ୍ଧା ଅନ୍ୟ କୌଣସି ସୁବିଧା ମିଳିନାହିଁ ବୋଲି ପ୍ରଧାନ କହିଛନ୍ତି । ପରିସ୍ଥିତି ଏତେ ଅସାହାୟ ଯେ ଉଭୟ ଦମ୍ପତ୍ତି ନିଜେ ରାନ୍ଧି ଖାଇବା ସମ୍ଭବ ନୁହେଁ। ସାହି ପଡିଶାଙ୍କ ପ୍ରକାରେ ତାଙ୍କ ନିଜ ସାନ ଭାଇ ଏବଂ ପଡିଶାଙ୍କ ଠାରୁ ଖାଇବାକୁ ମୁଠେ ମିଳିଲେ ବଡ କଥା ନତବା ଭୋକରେ ରହୁଛନ୍ତି ।ଏଣୁ ପ୍ରଶାସନ ଉଭୟ ଅସାହାୟ ଦମ୍ପତ୍ତିଙ୍କୁ ସହଯୋଗ ଏବଂ ଚଳିବା ପାଇଁ କିଛି ଉନ୍ନତ ମାନର ବ୍ୟବସ୍ଥା କରାଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ନିଜ ପଡୋଶୀ ଏବଂ ସିକିରି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ସେଠାରେ ଉପସ୍ଥିତ ଥିବା ଆମ ଆଦମୀ ପାର୍ଟିର ଆସିକା ଲୋକ ସଭା ଆବାହକ ଭଜରାମ ସାବତ ନିଜ ମନ୍ତବ୍ୟରେ ଉଭୟ ଦମ୍ପତ୍ତିଙ୍କ ସହଯୋଗ ପାଇଁ ପ୍ରଶାସନ ସ୍ତରରେ ଯୋଗାଯୋଗ କରି ଯଥା ସମ୍ଭବ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଭଳି ଅନେକ ପରିବାର ଦୁଃଖ କଷ୍ଟରେ ଜୀବନ ନିର୍ବାହ କରୁଥିବା ନଜରକୁ ଆସୁଛି ହେଲେ କଣ ହେବ ହିଞ୍ଜିଳି ଲୋକ ତ ସ୍ୱାଭିମାନୀ । କେବେ କାହାକୁ କିଛି କୁହନ୍ତି ନାହିଁ । ଲୋକଙ୍କର ସୁଖ ଦୁଃଖର ସାଥି ବୃନ୍ଦାବନ ନାୟକ ତ ଆଉ ନାହାନ୍ତି । ସେ ଥିଲେ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝୁ ଥିଲେ । ଲୋକଙ୍କ ସମସ୍ୟାରେ ଜଡିତ ହେବା ପାଇଁ ସେ ମନ୍ତ୍ରୀ ହେବାକୁ ମଧ୍ୟ ଚାହୁଁ ନ ଥିଲେ । ଆଜି ହିଞ୍ଜିଳି ଜିଲ୍ଲାରେ ଆଗୁଆ ତାଙ୍କରି ଅମଳରୁ ହିଁ ଘଟିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଲୋକେ ତାଙ୍କୁ ଭଲ ପାଉଥିଲେ କାହିଁକି ନା ସେ ଲୋକଙ୍କ ଅସୁବିଧା ବୁଝୁ ଥିଲେ । ସେ ଭଳି ଜଣେ ନେତା ତଥା ସେବକ ଆମର ଆବଶ୍ୟକ କହିଲେ ଲୋକମାନେ ।

ରିପୋର୍ଟ : ରଜତ ପଟ୍ଟନାୟକ

ଗ୍ରାମପଡୋଶୀ କହୁଛନ୍ତି ଦେଖିଲେ କାନ୍ଦ ଲାଗୁଛି କେହି ବି ସାହାଯ୍ୟ କରୁନାହାନ୍ତି ଖାଇବାକୁ ମୁଠେ ତା'ପାଇଁ କଷ୍ଟ   
ଗ୍ରାମପଡୋଶୀ କହୁଛନ୍ତି ସ୍ଥାନୀୟ ବିଧାୟକ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ଟିକିଏ ସାହାଯ୍ୟ କଲେ ଭଲ ହୁଅନ୍ତା 
ପୀଡିତାଙ୍କ ସ୍ୱାମୀ ଗାନ୍ଧୀପ୍ରଧାନ ବି ଅସହାୟ, ସରକାର ଆମ ନବୀନ ପଟ୍ଟନାୟକ ସାହାଯ୍ୟ କଲେ ଭଲ ହୁଅନ୍ତା    
ଶିକିରିଗ୍ରାମ କାଁହୁ ଚରଣ ପାଢ଼ୀ କହିଲେ ୭ ବର୍ଷ ହେଲା ତାଙ୍କ ଦୁଃଖ କହିଲେ ନ ସରେ, ସରକାର ସାହାଯ୍ୟ ନାହିଁ   
ସ୍ଥାନୀୟ ଯୁବ ନେତା ମିଟୁ ସାବତ ସାହାଯ୍ୟର ହାତ ବଢ଼ାଇଲେ ହେଲେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ କୁଆଡେ ଗଲା ?