୧୫ ମାସରେ ୪୦ ମିଟର ରାସ୍ତାରେ ଫେବର ପକାଇପାରୁନି ଏନଏସି : ପି.ଡିଙ୍କୁ ପୁଣି ଅଭିଯୋଗ କଲେ କାଉନ୍ସିଲର

ସୋରଡା(ସମୃଦ୍ଧଓଡିଶା) ସୋରଡା ସହରର ବାଙ୍କ ବଜାର ରାସ୍ତାକୁ ନେଇ ପୁଣି ଥରେ ଏଠାକାର କାଉନ୍ସିଲର ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଛନ୍ତି । ସୋରଡା ସହରର ପ୍ରମୁଖ ରାସ୍ତା ରୂପେ ବାଙ୍କ ବଜାର ରାସ୍ତା ଅଟେ। ଏହି ରାସ୍ତାରେ ସୋରଡା ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଏହି ବ୍ୟବସାୟ ପ୍ରତିଷ୍ଠାନ ଉପରେ ପ୍ରତିଦିନ ଶତାଧିକ ଲୋକେ ବିଭିନ୍ନ ଆବଶ୍ୟକତା ପାଇଁ ନିର୍ଭର କରିଛନ୍ତି ଏବଂ ସକାଳୁ ରାତ୍ର ଯାଏଁ ଏଠାରେ ଅଧିକ ଭିଡ ମଧ୍ୟ ଦେଖିବାକୁ ମିଳିଥାଏ। କେବଳ ଯେ ବ୍ୟବସାୟ ନୁହଁ , ପ୍ରତଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଯାତାୟାତ କରିଥାନ୍ତି। କହିବାକୁ ଗଲେ ଏହା ଏକ ପ୍ରମୁଖ ରାସ୍ତା ରୂପେ ପରିଚିତ। ଏହି ରାସ୍ତା ର ମରାମତି ପାଇଁ ଗୋଟିଏ ବର୍ଷ ତଳେ ୱାର୍ଡ ବୈଠକ ରେ ଏନ ଏ ସି ର ଉପସ୍ଥିତ କର୍ମଚାରୀ ଙ୍କ ଆଗରେ ଏଠାକାର ବାସିନ୍ଦା ଅଭିଯୋଗ କରିଥିଲେ। ଯଥା ଶୀଘ୍ର ଏହି ରାସ୍ତା ର ନିର୍ମାଣ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। କିନ୍ତୁ ସବୁ ପ୍ରତିଶୃତି ପାଣି ର ଗାର ସଦୃଶ୍ୟ। ୱାର୍ଡ ବୈଠକ କଥା ଦୂର ରେ ଥାଉ ଏ ସମ୍ପର୍କରେ ଏଠାକାର କାଉନ୍ସିଲର ବାରମ୍ବାର ଏନ ଏ ସି କୁ ଅଭିଯୋଗ କରିଲେ ମଧ୍ୟ କୌଣସି ଫଳ ମିଳୁନୀ ଖାଲି ପ୍ରତିଶୃତି ପରେ ପ୍ରତିଶୃତି ହିଁ ମିଳୁଛି। ସୋରଡା ଏନ ଏ ସି ଅଫିସରଙ୍କ କହିବା ହେଲା, ଅଧକ୍ଷଙ୍କ ସହ ଆଲୋଚନା ସାରିଛି, ବିଧାୟକଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇଛି, ସମସ୍ତଙ୍କ ସହ ଆଲୋଚନା ସରିଛି, ପ୍ଳାନ ହେଇଗଲା କରିଦବା, ବ୍ୟବସାୟୀ ମାନେ ଲେଖିକି ଦିଅନ୍ତୁ, ମିସନ ଶକ୍ତି ଗୃପଙ୍କୁ ଦେଇ କରିଦବା, ଏବେ ଟିକେ କାମ ଅଧିକ ଅଛି, ଏପରି ଘଡିକେ ଗୋଟେ କଥା କହୁଛନ୍ତି ବୋଲି ଏଠାକାର କାଉନ୍ସିଲର ଅଭିଯୋଗ କରିଛନ୍ତି। ମୁଖ୍ୟ କଥା ହେଲା ଏହି ରାସ୍ତା ଟି ତିଆରି କରିବା ପାଇଁ ସୋରଡା ଏନ ଏ ସି ର ଅବହେଳା ଏବେ ଚରମ ସୀମା ରେ ପହଞ୍ଚିଛି। ୧୫ ମାସ ମଧ୍ୟ ରେ ସୋରଡା ରେ ବହୁତ କାମ କରାଯାଇଛି। ଯେଉଁଥିରେ ସ୍ମାରକ ପାର୍କ, ଯାତ୍ରୀ ମାନଙ୍କ ପାଇଁ ବସ ଷ୍ଟାଣ୍ଡ ରେ ଆଶ୍ରୟ ସ୍ଥଳୀ, ଜାଗା ମିସନ ଅଧୀନ ରେ ବିଜୁ ଆଦର୍ଶ କଲୋନୀ, ସହର ର ସୌନ୍ଦର୍ଜ୍ୟ କରଣ ରେ ବରାଡି ଓ କାଳୀ ମନ୍ଦିର ରେ ସୌନ୍ଦର୍ଜ୍ୟ କରଣ ସମେତ ଅନ୍ୟାନ ପ୍ରକଳ୍ପ ଦ୍ରୁତ ଗତି ରେ ଚାଲିଛି ଏବଂ ଯଥା ଶୀଘ୍ର ସରିବ ମଧ୍ୟ। ଏତେ ସବୁ ମଧ୍ୟ ରେ ସୋରଡା ବାଙ୍କ ବଜାର ରାସ୍ତା କୁ ଦୀର୍ଘ ପନ୍ଦର ମାସ ରୁ ଉର୍ଦ୍ଧ ହେଲାଣି ଏଠାକାର କାଉନ୍ସିଲର ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରିଲେ ମଧ୍ୟ ଏନ ଏ ସି ତରଫରୁ ଗୋଟିଏ ପରେ ଗୋଟିଏ ବାହନା ତିଆରି କରାଯାଉଛି। ଏଠାକାର କାଉନ୍ସିଲର ଙ୍କ କହିବା ହେଲା ସୋରଡା ବାଙ୍କ ବଜାର ରାସ୍ତା ସହର ର ଆଠ ନମ୍ବର ୱାର୍ଡ ମଧ୍ୟ ରେ ଯାଉଥିବା ବେଳେ ଏହି ୱାର୍ଡ ଟି ବିଜେପି ଅଧୀନ ରେ ରହିଛି। ତେଣୁ ବୋଧେ ରାଜନୈତିକ ଇଛା ଶକ୍ତି ର ଅଭାବ ରୁ ଏହି ରାସ୍ତା ନିର୍ମାଣ ହୋଇପାରୁନି ବୋଲି ଏବେ ଅଭିଯୋଗ ହେଉଛି। ଏବେ ବର୍ଷା ଦିନ ଚାଲିଥିବା ଯୋଗୁଁ ରାସ୍ତା ଅବସ୍ଥା ଆହୁରି ଖରାପ। ଜାଗା ଜାଗା ରେ ପାଣି ଯମୁଛି। ଯଦି ସବୁ ନିର୍ମାଣ କାର୍ଯ୍ୟ ତ୍ବରାନିତ ହୋଇପାରୁଛି ତେବେ ମାତ୍ର ୩୦ ରୁ ୪୦ ମିଟର ରାସ୍ତା ପାଇଁ ସୋରଡା ଏନ ଏ ସି କୁ କାହିଁକି ୧୫ ମାସ ରୁ ଅଧିକ ସମୟ ଲାଗିଲାଣି ଏବଂ ସୋରଡା ଏନ ଏ ସି କାହା ଚାପ ରେ ରହିଛି ତାହା ଚିନ୍ତା ର ବିଷୟ। ଯେଉଁଠି ଜିଲ୍ଲା ପ୍ରଶାସନ ର ପଦାଧିକାରୀ ମାନେ ଗୁରୁତ୍ଵ ଦେଇ ରାଜ୍ୟସରକାର ଙ୍କ ଯୋଜନା ର ସଫଳ ରୂପାଯନ କରିବା ପାଇଁ ଦିନ ରାତି ଏକ କରି ପ୍ରୟାସ କରୁଛନ୍ତି ସେଇଠି ଜିଲ୍ଲା ର ତଳ ସ୍ତର ର କର୍ମଚାରୀ ମାନଙ୍କ ଇଛାଶକ୍ତି ର ଅଭାବ ଓ ଅବହେଳା ଯୋଗୁଁ ଏହି ପରି ଜନସାଧାରଣ ନାହି ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ଏଠାକାର କାଉନ୍ସିଲର ରଜନୀ କାନ୍ତ ମହାପାତ୍ର ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳମାଧବ ଭୋଇ ଙ୍କୁ ଏକ ଲିଖିତ ଅଭିଯୋଗ କରି ଏଠାକାର ରାସ୍ତା ନିର୍ମାଣ ପାଇଁ ଜଣାଇଛନ୍ତି ଏହି ୱାର୍ଡ ର ପ୍ରତିନିଧି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ