ୠଷିକୂଲ୍ୟା ରୟିତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଚାଷି ବିରୋଧୀ ବିଲକୁ ପ୍ରତ୍ୟାହାର କରିବା ପାଇଁ ସର୍ବଭାରତୀୟ ସ୍ତରରେ ବିଭିନ୍ନ ଚାଷୀ ସଂଗଠନ ମାନଙ୍କ ଡାକାରାରେ ଆଜି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ୠଷିକୂଲ୍ୟା ରୟିତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ସଂଗଠନ ପକ୍ଷରୁ ଦେଶବ୍ୟାପି ପ୍ରତିବାଦ ସଭାକୁ ସମର୍ଥନ ଜଣାଇବା ସହ କେନ୍ଦ୍ର ସରକାରଙ୍କ ଚାଷି ବିରୋଧୀ ବିଲକୁ ପ୍ରତ୍ୟାହାର କରିବା ପାଇଁ ଚାଷୀ ନେତା ସୀମାଞ୍ଚଳ ନାହାକ ଦାବି କରିଛନ୍ତି । ଏଥିରେ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା