କୋଭିଡ ସପ୍ତାହ ଉପଲକ୍ଷେ ଜିଲୁଣ୍ଡିରେ ସଚେତନତା ଓ ରଙ୍ଗୋଲି କାର୍ଯ୍ୟକ୍ରମ…..

ଭଞ୍ଜନଗର (ସମୃଦ୍ଧ ଓଡିଶା) ଚଳିତ ମାସ ୨୪ ତାରିଖରୁ ଅକ୍ଟୋବର ୧ ଗଞ୍ଜାମ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲlଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି । ଗତ କାଲିଠାରୁ ଜିଲ୍ଲାର ସମସ୍ତ ବ୍ଲକ ଏଵଂ ଏନ.ଏ.ସି ଅଞ୍ଚଳ ମାନଙ୍କରେ କୋଭିଡ ସପ୍ତାହ ପାଳନ କରାଯାଉଛି । ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ନିୟନ୍ତ୍ରଣ ଧୀନ ରହିଛି । ତୃଣମୂଳ ସ୍ତରରେ ଆଶା କର୍ମୀ, ଅଙ୍ଗନବାଡି ଦିଦିଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି, ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଶିକ୍ଷକ, କୋଭିଡ ମନିଟର, କୋଭିଡ ସଖୀ, ପୋଲିସ ଓ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀ ମାନଙ୍କ ଉଦ୍ୟମରେ ଆଜି ଏହି ସ୍ଥିତି ରେ ପହଞ୍ଚିଛି । ଆଜି ଭଞ୍ଜନଗର ବ୍ଲକ ପ୍ରଶାସନ ତରଫରୁ ଜିଲୁଣ୍ଡି ଠାରେ କୋଭିଡ ସଚେତନତା ଏଵଂ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପହଞ୍ଚି ରାଲିକୁ ଶୁଭାରମ୍ଭ କରିଥିଲେ ଏଵଂ ସ୍ୱାବ ଟେଷ୍ଟିଙ୍ଗ ପରିଦର୍ଶନ କରିବା ସହ ରଙ୍ଗୋଲି ପ୍ରତିଯୋଗିତା କେନ୍ଦ୍ରକୁ ବୁଲି ଦେଖିଛନ୍ତି । ପ୍ରତିଯୋଗୀ ମାନେ ଅତି ସୁନ୍ଦର ଭାବେ ରଙ୍ଗୋଲି ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି । ସହରରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଏଵଂ ବିଡ଼ିଓ ଅନିଲ ସେଠୀ ସହରରେ ମାସ୍କ ବାଣ୍ଟି ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସହିତ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ । ଗତକାଲି ଠାରୁ ବ୍ଲକ ଅଂଚଳର ତୃଣମୂଳ ସ୍ତରରେ କୋଭିଡ ସପ୍ତାହ ଉପଲକ୍ଷେ ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଉଛି ।