ୟାସକୁ ନେଇ ମତ୍ସ୍ୟଜିବୀଙ୍କୁ ସଚେତନ କରାଇଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ…

ଛତ୍ରପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆତଙ୍କରେ ଲୋକମାନେ ଭୟଭୀତ ହୋଇ ରହିଥିବା ବେଳେ ପୁଣି ୟାସ ଭୟଭୀତ କରାଉଛି । ତଥାପି ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବାତ୍ୟାର ଦୃଢ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିସି ମାଧ୍ୟମରେ ବାରମ୍ବାର ବୈଠକ କରି ସମୀକ୍ଷା କରୁଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ଗୁଡିକରେ ଲୋକମାନଙ୍କୁ ସଚେତନ କରିବା ସହ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବିଭିନ୍ନ ସଚେତନତା କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରବିବାର ଆର୍ଯ୍ୟପଲ୍ଲୀ ଥାନା ପୋଲିସ୍ ପକ୍ଷରୁ ଆର୍ଯ୍ୟପଲ୍ଲୀ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଥାନାର ସମସ୍ତ ପୋଲିସ୍ କର୍ମଚାରୀ ମାନେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ବିଭିନ୍ନ ଗଳି କନ୍ଦିରେ ହାତରେ ମାଇକ ଧରି ଲୋକଙ୍କୁ ସଚେତନତା କରାଇଛନ୍ତି । ଏହାସହ ସମସ୍ତେ କୋଭିଡ୍ ନିୟମ ମାନି ଘରେ ସଜାଗ ହୋଇ ରହିବା ପାଇଁ ମଧ୍ୟ ସଚେତନତା କରାଇଥିଲେ ।