କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ତା ସମ୍ପର୍କରେ ଭିଡିଓ କଲ୍ ମାଧ୍ୟମରେ ପଚାରି ବୁଝିଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାରେ ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସୁବିଧା ସକାଶେ ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ନିମନ୍ତେ ସମସ୍ତ ବିଭାଗର ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଏମକେସିଜି କୋଭିଡ୍ ହଷ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେଠାରେ ଚାଲିଥିବା ଚିକିତ୍ସା, ଖାଦ୍ୟ ଓ ପରିମଳ ଉପରେ ରୋଗୀମାନଙ୍କୁ ପଚାରି ବୁଝିଛନ୍ତି । ବ୍ରହ୍ମପୁର ତହସିଲଦାର ପିପିଇ କିଟ ପିନ୍ଧି ଉକ୍ତ ହସ୍ପିଟାଲକୁ ଯାଇଥିଲେ । ଜିଲ୍ଲାପାଳ ଓ କୋଭିଡ୍ ହସ୍ପିଟାଲରେ ଥିବା ରୋଗୀଙ୍କ ମଧ୍ୟରେ କଥା ହେବା ପାଇଁ ସେ ଭିଡିଓ କଲର ବ୍ୟବସ୍ଥା କରାଇଥିଲେ । ତେବେ ତହସିଲଦାରଙ୍କ ଏହି ପରିଦର୍ଶନ ଅଚାନକ ଥିଲା ବୋଲି ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।