ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ସମ୍ବଲପୁର : ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ବୃଦ୍ଧି ପାଇଛି।ଗତ ୨୪ ଘଣ୍ଟା ଭିତରେ ସମ୍ବଲପୁରରେ ୯୩.୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ସମ୍ବଲପୁର ସମେତ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଯାଜପୁର, ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି।ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ୍ରାଫ୍ ଓ ଏନଡିଆର୍‌ଏଫ୍ ଟିମ୍ ସଜାଗ ରହିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।ମହାନଦୀରେ ଆସୁଛି ବନ୍ୟା। ୨୫ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଛି ବନ୍ୟା ଜଳ। ଫଳରେ ତଳମୁଣ୍ଡରେ ଥିବା ୧୩ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି।ହୀରାକୁଦ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୬୨୭ କ୍ୟୁସେକ୍ ପାଣି ପଶୁଥିବା ବେଳେ ପ୍ରାୟ ୪ ଲକ୍ଷ କ୍ୟୁସେକ୍ ପାଣି ହୀରାକୁଦରୁ ଛଡ଼ାଯାଉଛି। ମୁଣ୍ଡଳୀ ବ୍ୟାରେଜ ଦେଇ ବର୍ତ୍ତମାନ ୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଗୁରୁବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ।ଏହାକୁ ଦୃଷ୍ଟିରେ ରଖି ୧୩ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।