ହିଞ୍ଜିଳି ପୌର ପରିଷଦର ୪ନଂ ୱାର୍ଡ ଅଙ୍ଗନବାଡି କର୍ମୀଙ୍କ ପରଲୋକ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)୨୮/୦୨ ହିଞ୍ଜିଳିକାଟୁ ପୋୖର ପରିଷଦ ଅନ୍ତର୍ଗତ ହିଞ୍ଜିଳି ସପ୍ନେଶ୍ୱର ମାର୍ଗ ୪ନଂ ୱାର୍ଡର ଅଙ୍ଗନବାଡି କର୍ମୀ ସୁଚିତ୍ରା ଚୌଧୁରୀଙ୍କ ମଙ୍ଗଳବାର ଦିନ ସକାଳେ ପରଲୋକ ଘଟିଛି । ସୂଚନା ଥାଉକି ସୁଚିତ୍ରା ଚୌଧୁରୀ ପ୍ରମୋଦ କୁମାର ସାହୁଙ୍କ ଧର୍ମପତ୍ନୀ ଅଟନ୍ତି । ସୁଚିତ୍ରାଙ୍କ ବିୟୋଗ କର୍କଟ ରୋଗରେ ହୋଇଥିବା ସୂଚନା ମିଳିଛି । ଏକ ମାତ୍ର ପୁତ୍ର ରୁଦ୍ର ପ୍ରସାଦ ଓ କନ୍ୟା ପ୍ରଜ୍ଞା ରାଣୀ । ପ୍ରମୋଦ କୁମାର ସାହୁ ପୋଚିଲିମା ଖମ୍ବୟା ଦୋରା ବିଜ୍ଞାନ ମହାବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ। ସୁଚିତ୍ରା ପ୍ରମୋଦ ହସ ଖୁସିରେ ଦିନ କାଟୁଥିବା ବେଳେ ଆଜି ଏମିତି ଏକ ଦିନ ଆସିଲା କର୍କଟ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସ୍ୱାମୀ ପ୍ରମୋଦଙ୍କ ୨ଦିନ ତଳେ ସଡକ ଦୁର୍ଘଟଣା ଘଟି ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ ମେଡ଼ିକାଲରେ ଆୟୁଷ୍ ରେ ଚିକିତ୍ସିତ ହେଉଥିଲେ । ଏଭଳି ଅବସ୍ଥାରେ ଆଜି ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡି ଆର ପାରିକୁ ଚାଲିଗଲେ । ଏଭଳି ଦୁର୍ଦ୍ଦିନରେ ଉଭୟ ପୁତ୍ର ଓ କନ୍ୟା ହତାଶ ତଥା ଦୁଃଖ ଭରା ଅବସ୍ଥାକୁ ଠେଲି ଦେଇଛି । ଦୁଇ ପୁତ୍ର ଓ କନ୍ୟା ମାତୃ ବିୟୋଗରେ ମିୟମ୍ରାଣ ଥିବାବେଳେ ବାପାଙ୍କ ବର୍ତ୍ତମାନ ପରିସ୍ଥିତିରେ ସ୍ନହେ ପାଇ ପାରୁନାହାନ୍ତି । ଏଭଳି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଈ ଦେଇଛି । ଖବର ଜାଣିବା ପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧିଙ୍କ ସମେତ ଅଞ୍ଚଳର ସମସ୍ତ ଅଙ୍ଗନବାଡି କର୍ମୀ ଘରେ ପହଞ୍ଚିବା ସହ ସୁଚିତ୍ରାଙ୍କ ଝିଅ,ପୁଅ ଓ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ । ପ୍ରକାଶ ଥାଉକି ଏଭଳି ଦୁଃଖଦ ଘଟଣା ଶୁଣିବା ପରେ ଗୁରୁତର ଆହତ ତଥା ମତିଷ୍କ ଆଘାତ ପ୍ରମୋଦଙ୍କ ଦୁଃଖରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସୁବିଧା ଜନିତ ଉଚ୍ଚତର ଉପଯୁକ୍ତ ଚିକିତ୍ସା ଓ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ଦାବୀ ହୋଇଛି ।

ରିପୋର୍ଟ : ରଜତ ପଟ୍ଟନାୟକ