ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)୨୭/୨ :ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ମହିଳା ଉପସଭାନେତ୍ରୀ ମୋନିତା ଦାସ ବିଜେଡ଼ି ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବାରୁ ତାଙ୍କୁ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଦେଶର ଅଦ୍ୱିତୀୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଓ ଲୋକକଲ୍ୟାଣର ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ଦଳରେ ଶ୍ରୀମତି ମୋନିତା ଦାସ ଯୋଗଦେଇଥିବାରୁ ଶ୍ରୀ ପତି ଧନ୍ୟବାଦ ଜଣାଇବା ସହ ଦଳୀୟ ସାଂଗଠନିକ ସ୍ଥିତି ଆହୁରି ଅଧିକ ମଜଭୁତ୍ ହୋଇପାରିବ ବୋଲି ଜଣାଇଛନ୍ତି । ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ରରେ ପରିଚାଳିତ ମୋଦିଙ୍କ ସୁଶାସନର କେନ୍ଦ୍ରବିନ୍ଦୁରେ ଗରିବ, ମହିଳା, ଅନ୍ନଦାତା ଓ ଯୁବକଙ୍କ ବିକାଶର କଥା ଅଛି । ଦେଶରେ ପୁଣି ଥରେ ମୋଦି ସରକାର ଆସିବ ବିକଶିତ ଭାରତରେ ବିକଶିତ ବ୍ରହ୍ମପୁର ଗଠନ ହେବ ବୋଲି ଶ୍ରୀ ପତି କହିଛନ୍ତି । ଆଜିର ଏହି ସମ୍ୱର୍ଦ୍ଧନା ସଭାରେ ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ଉପସଭାପତି ଏସ୍.ଶ୍ରୀନିବାସ,ଯୁବ ନେତା ସୁବ୍ରତ ପାଳ,ରଜତ କୁମାର ସାହୁ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ଅମୀୟ ଦାସ,ପୂଜା ମହାପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ